Odisha Link
Bridging the Missing Links in Odisha

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥ ହାର ବଢ଼ିବାରେ ଲାଗିଛି। ଆଜି କରୋନା ସଂକ୍ରମଣରୁ ୩୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ କଟକ ଜିଲ୍ଲାରୁ ୫୯୫ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥିସହି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୬୩୯ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲାରୁ ଆଜି ୫୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୨୫୨, ଯାଜପୁରରୁ ୨୦୪, ମୟୂରଭଂଜରୁ ୧୯୩, ପୁରୀରୁ ୧୭୯, ଭଦ୍ରକରୁ ୧୪୪, ନୟାଗଡ଼ରୁ ୧୦୪, ଜଗତସିଂହପୁରରୁ ୮୭, କୋରାପୁଟରୁ ୭୭ ଓ କେନ୍ଦ୍ରାପଡ଼ାରୁ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ଜିଲ୍ଲାରୁ ୬୪, ଅନୁଗୁଳରୁ ୬୧, ଢେଙ୍କାନାଳରୁ ୫୮, ସୁନ୍ଦରଗଡ଼ରୁ ୫୩, ରାୟଗଡ଼ାରୁ ୫୧, କେନ୍ଦୁଝରରୁ ୫୦, କନ୍ଧମାଳରୁ ୩୭, ବରଗଡ଼ରୁ ୩୪, ନବରଂଗପୁରରୁ ୩୩, ବଲାଙ୍ଗୀରରୁ ୨୫, ସମ୍ବଲପୁରରୁ ୧୮, କଳାହାଣ୍ଡିରୁ ୧୬, ସୁବର୍ଣ୍ଣପୁରରୁ ୧୪, ଗଂଜାମ ଏବଂ ଜଗତସିଂହପୁରରୁ ୧୦ ଜଣ ଲେଖାଏଁ, ବୌଦ୍ଧରୁ ୯, ନୂଆପଡ଼ାରୁ ୮, ଦେବଗଡ଼ରୁ ୭, ଗଜପତିରୁ ୬ ଏବଂ ରାଜ୍ୟପୁଲରୁ ୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.