Odisha Link
Bridging the Missing Links in Odisha

ଛେରାପହଁରା ନୀତି ଆରମ୍ଭ

ପୁରୀ: ଆଜି ପବିତ୍ର ରଥଯାତ୍ରା। ତିନି ଠାକୁର ରଥାରୁଢ ହେବା ପରେ ଆରମ୍ଭ ହୋଇଛି ଛେରାପହଁରା ନୀତି। ଛେରାପହଁରା କରୁଛନ୍ତି ଗଜପତି ମହାରାଜ। ସୁନା ଖଡିକାରେ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ। ତିନି ରଥରେ ଛେରାପହଁରା କରିବେ ଗଜପତି ଦିବ୍ୟସିଂହ ଦେବ।

ତିନି ରଥରେ ଛେରା ପହଁରା ପାଇଁ ପାଲିଙ୍କିରେ ବସି ରାଜନଅରରୁ ଆସିଛନ୍ତି ଗଜପତି ମହାରାଜ। ଶ୍ରୀନହରରୁ ତାମଯାନରେ ଆସି ପହଞ୍ଚିଲେ ଗଜପତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୩ଟାରେ ରଥ ଟଣା ହେବ।

ଚଳିତ ବର୍ଷ କୋଭିଡ କଟକଣା ଭିତରେ ବିନା ଭକ୍ତରେ ରଥଯାତ୍ରାର ଅନୁଷ୍ଠିତ ହେଉଛି। ତେଣୁ ସେବାୟତମାନେ ହିଁ ରଥକୁ ଟାଣିବେ । ପୁରୀରେ ଗତକାଲି ରାତି ୮ଟାରୁ କର୍ଫ୍ୟୁ ଲାଗୁ ହୋଇଛି। ଏହା ଆସନ୍ତାକାଲି ରାତି ୮ଟା ଯାଏଁ ଜାରି ରହିବ। ଘୋଷଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.