Odisha Link
Bridging the Missing Links in Odisha

ରଥଯାତ୍ରା: ଅହମ୍ମଦାବାଦରେ ଟଣା ହେଲା ରଥ

ଅହମ୍ମଦାବାଦ: ଆଜି ପବିତ୍ର ରଥଯାତ୍ରା। ପୁରୀ ସହ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଅନୁଷ୍ଠିତ ହେଉଛି ରଥଯାତ୍ରା। ପ୍ରଭୁ ଜଗନ୍ନାଥଙ୍କ ୧୪୪ ତମ ରଥଯାତ୍ରା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଉପସ୍ଥିତିରେ ଅହମ୍ମଦାବାଦରେ ପ୍ରଭୁ ଜଗନ୍ନାଥ ମନ୍ଦିରରୁ ରଥ ଟଣା ଯାଇଛି।

ରଥ ସହ ୫ଟି ଗାଡି ରଥ ଟଣାରେ ସାମିଲ ହୋଇଥିବା ବେଳେ ପ୍ରାୟ ୧୯କିଲୋମିଟର ପର୍ଯ୍ୟନ୍ତ ରଥ ଟଣା ହେବ ବୋଲି ଜଣାପଡ଼ିଛି। ଜୁଲାଇ ୮ରେ ଗୁଜୁରାଟ ସରକାର ଅହମ୍ମଦାବାଦରେ ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରକୁ ମଞ୍ଜୁରୀ ଦେଇଥିଲେ। କୋଭିଡ ଗାଇଡ ଲାଇନକୁ ପାଳନ କରି ରଥାଯାତ୍ରା ପାଳନ କରାଯାଇପାରିବ ବୋଲି କୁହାଯାଇଥିଲା।

ଯେଉଁ ପଥ ଦେଇ ରଥ ବାହାରିବ ସେହି ପଥରେ କର୍ଫ୍ୟୁ ଲାଗୁ କରାଯିବ। ରଥକୁ ଟାଣୁଥିବା ଲୋ‌କେ ୪୮ଘଣ୍ଟା ପୂର୍ବରୁ ଆରଟି-ପିସିଆର ରିପୋର୍ଟ ପ୍ରଶାସନକୁ ଦେଖାଇବେ। ରଥ ସହିତ ଚାଲୁଥିବା ଟ୍ରକ, ଭଜନ ମଣ୍ଡଳୀ ଚଳିତ ଥର ସାମିଲ ହୋଇ ପାରିବେ ନାହିଁ। ଏଥିସହିତ ସମସ୍ତ କରୋନା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି କୁହାଯାଇଥିଲା।

Leave A Reply

Your email address will not be published.