Odisha Link
Bridging the Missing Links in Odisha

ଜୁଲାଇ ୧୫ ସୁଦ୍ଧା ଦାଖଲ ହେବ +୨ ପ୍ରାକ୍ଟିକାଲ ମାର୍କ

ଭୁବନେଶ୍ୱର: ଜୁଲାଇ ୧୫ ସୁଦ୍ଧା ଦାଖଲ ହେବ +୨ ପ୍ରାକ୍ଟିକାଲ ମାର୍କ। +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପରତା ପ୍ରକାଶ କରିଛି। ପରିଷଦ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଆସନ୍ତା ୧୫ ତାରିଖ ସୁଦ୍ଧା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ମାର୍କ ତାଲିକା ସାମସ ଇ-ସ୍ପେସରେ ଅପଲୋଡ କରିବାକୁ କୁହାଯାଇଛି।

ଏନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଲିଙ୍କ ପ୍ରଦାନ କରାଯାଇଛି। ଏଥିସହ ମାନୁଆଲ ଭାବେ ପ୍ରାକ୍ଟିକାଲ /ପ୍ରକଳ୍ପ ମାର୍କ କିଭଳି ଦାଖଲ ହୋଇପାରିବ ତାହାର ସବିଶେଷ ତଥ୍ୟ ପରିଷଦ ପକ୍ଷରୁ କଲେଜଗୁଡ଼ିକୁ ପଠାଯାଇଛି। ସେହିପରି ଥିଓରି ମାର୍କ ପ୍ରଦାନ ନେଇ ମଧ୍ୟ ପରିଷଦ କଲେଜ ଅଧ୍ୟକ୍ଷମାନଙ୍କ ସହଯୋଗ ଲୋଡ଼ିଛି।

୨୦୧୯-୨୦ ଶିକ୍ଷାବର୍ଷରେ ଯୁକ୍ତ୨ରେ ନାମ ଲେଖାଇବା ଛାତ୍ରଛାତ୍ରୀଙ୍କ ଦଶମ ମାର୍କ ସିଟ ସମତେ ନାମଲେଖା ସମୟର ସମସ୍ତ କାଗଜପତ୍ର ଭଲ ଭାବେ ଯାଞ୍ଚ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ମାର୍କସିଟ ସମ୍ପୃକ୍ତ ସ୍କୁଲକୁ ପଠାଯାଇ ଯାଞ୍ଚ କରାଯିବ।

Leave A Reply

Your email address will not be published.