Odisha Link
Bridging the Missing Links in Odisha

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କର ପରଲୋକ ହୋଇଛି। ଆଜି ନୂଆଦିଲ୍ଲୀରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ସେ ୧୯୮୩ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ।

ଯଶପାଲ ୧୯୫୪ ଅଗଷ୍ଟ ୧୧ ତାରିଖରେ ପଞ୍ଜାବର ଲୁଧିଆନାରେ ଜନ୍ମ ହୋଇଥିଲେ। ସେ ଜଣେ ଭଲ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଥିଲେ। ସେ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଭାରତ ପକ୍ଷରୁ ସେ ମୋଟ ୩୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଟେଷ୍ଟରେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହିତ ୧୬୦୬ ରନ୍ ସଂଗ୍ରହ କରିଥିଲେ ଯଶପାଲ। ୧୯୮୩ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ସେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

୧୯୭୮ ମସିହାରେ ପାକିସ୍ତାନ ବିପକ୍ଷରେ ଯଶପାଲ ଦିନିକିଆ ଡେବ୍ୟୁ କରିଥିଲେ। ୪୨ଟି ଦିନିକିଆରୁ ସେ ୮୮୩ ରନ୍ ସଂଗ୍ରହ କରିଥିଲେ। ୧୯୮୫ରେ ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ।

ଅବସର ନେବା ପରେ ଯଶପାଲ ବିସିସିଆଇ ସହିତ ପଞ୍ଜାବ ଓ ହରିଆଣା କ୍ରିକେଟ୍‌ ବୋର୍ଡର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ମ୍ୟାଚ୍ ବେଳେ ଟେଲିଭିଜନରେ କ୍ରିକେଟ୍ ଏକ୍ସପର୍ଟ ଭାବେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଥିଲା।

Leave A Reply

Your email address will not be published.