Odisha Link
Bridging the Missing Links in Odisha

ବୋଲବମ୍ ଯାତ୍ରା ବନ୍ଦ ପାଇଁ ଚିଠି ଲେଖିଲା ଆଇଏମଏ

ଉତ୍ତରାଖଣ୍ଡ: ଶ୍ରାବଣ ମାସରେ ମାନସିକ ରଖି ମହାପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥାନ୍ତି କାଉଡିଆ। ପାଦରେ ଚାଲି ଚାଲି ଠାକୁରଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଭିଡ ଜମାଇଥାନ୍ତି। ବୋଲବମ୍ ଯାତ୍ରା ଉପରେ ବନ୍ଦ କରିବାକୁ ଆଇଏମଏର ସୁପାରିଶ। କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ ଜଳଲାଗି ଉପରେ ରୋକ ଲଗାଇବାକୁ ପଡିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛି ଭାରତୀୟ ମେଡିକାଲ ସଂଘ (ଆଇଏମଏ)।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସଂଘ କହିଛି ଯେ, ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଥିବାରୁ ଭିଡକୁ ନିୟନ୍ତ୍ରଣ କରିବା ଜରୁରୀ। ଦେଶରେ କରୋନାର ପ୍ରଥମ ଲହର ପରେ ସତର୍କତା ଗ୍ରହଣ କରାନଯିବାରୁ ଦ୍ୱିତୀୟ ଲହର ଭୟାବହ ହେଲା। ଏବେ ତୃତୀୟ ଲହର ଆସିବା ପୂର୍ବରୁ ଭିଡ ନିୟନ୍ତ୍ରଣ କରିବା ସହ କରୋନା ସତର୍କତାକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି କହିଛି ଆଇଏମଏ।

ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ ପାଇଁ କାଉଡିଆଙ୍କ ଲମ୍ବା ଧାଡି ରାସ୍ତାରେ ଦେଖିବାକୁ ମିଳେ। ଗତବର୍ଷ ମଧ୍ୟ କରୋନାର ପ୍ରଥମ ଲହର ସମୟରେ ରାଜ୍ୟ ସରକାରଗୁଡିକ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଥିଲେ।

Leave A Reply

Your email address will not be published.