Odisha Link
Bridging the Missing Links in Odisha

କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ପୁନର୍ଗଠିତ ହେଲା କ୍ୟାବିନେଟ୍‌ କମିଟି

ନୂଆଦିଲ୍ଲୀ: କ୍ୟାବିନେଟ ସମ୍ପ୍ରସାରଣ ପରେ ଏବେ ବିଭିନ୍ନ କମିଟିର ପୂନର୍ଗଠନ କରାଯାଇଛି। ମୋଟ ୮ଟି କ୍ୟାବିନେଟ କମିଟି ରହିଥିବା ବେଳେ ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ରହିଛନ୍ତି। ନୂଆ କରି କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ କ୍ୟାବିନେଟ କମିଟିରେ ସ୍ଥାନ ଦିଆଯାଇଛି।

କ୍ୟାବିନେଟ କମିଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସ୍ମୃତି ଇରାନୀ, ନାରାୟଣ ରାଣେ, ଅଶ୍ୱିନୀ ବୈଷ୍ଣବ, କୀରଣ ରୀଜଜୁ, ଅନୁରାଗ ଠାକୁର, ସର୍ବାନନ୍ଦ ସୋନଓ୍ୱାଲ, ଭୁପେନ୍ଦ୍ର ୟାଦଭ, ମନସୁଖ ମାଣ୍ଡଭିୟ ପ୍ରମୁଖଙ୍କୁ ସ୍ଥାନ ଦିଆଯାଇଛି। ସଂସଦୀୟ କମିଟିରେ ଅର୍ଜୁନ ମୁଣ୍ଡା, ବୀରେନ୍ଦ୍ର କୁମାର, କୀରଣ ରୀଜଜୁ, ଅନୁରାଗ ଠାକୁରଙ୍କୁ ସ୍ଥାନ ଦିଆାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି।

ସେହିପରି ପଲିଟିକାଲ ଅଫେୟାର୍ସ କମିଟିରେ ସ୍ମୃତି ଇରାନୀ, ସର୍ବାନନ୍ଦ ସୋନଓ୍ୱାଲ, ଗିରିରାଜ ସିଂ, ମନସୁଖ ମାଣ୍ଡଭୀୟ, ଭୁପେନ୍ଦ୍ର ୟାଦଭଙ୍କୁ ସ୍ଥାନ ଦିଆଯାଇଛି। ମୋଦି ମନ୍ତ୍ରିମଣ୍ଡଳରେ ପୂର୍ବରୁ ମନ୍ତ୍ରୀ ଥିବା ଗିରିରାଜ ଓ ସ୍ମୃତି ଇରାନୀ ପ୍ରଥମ ଥର ପାଇଁ ରାଜନୀତିକ କମିଟିରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଏହି ସ୍ଥାନରେ ରାମ ବିଳାସ ପାଶୱାନ, ରବି ଶଙ୍କର ପ୍ରସାଦ ଏବଂ ହର୍ଷବର୍ଦ୍ଧନ ଥିଲେ।

ଏହା ବ୍ୟତୀତ ପୁଞ୍ଜିନିବେଶ ଏବଂ ଅଭିବୃଦ୍ଧି କମିଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ସାମିଲ୍ କରାଯାଇଛି। ଏହି କମିଟି ୧୦୦୦ କୋଟି ବା ତା’ଠାରୁ ଅଧିକ ପୁଞ୍ଜି ବିନିଯୋଗ ମାମଲାରେ ନିଷ୍ପତ୍ତି ନେଇଥାଏ। ରୋଜଗାର ଏବଂ ଦକ୍ଷତା ବିକାଶ କମିଟିରେ ଅଶ୍ୱିନୀ ବୈଷ୍ଣବ, ଭୁପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ହରଦୀପ ପୁରୀ, ଆରସିପି ସିଂଙ୍କୁ ସାମିଲ୍ କରାଯାଇଛି।

Leave A Reply

Your email address will not be published.