Odisha Link
Bridging the Missing Links in Odisha

ବୁଲେଟ ଟ୍ରେନ ପ୍ରକଳ୍ପ ନେଇ ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ବୁଲେଟ୍ ଟ୍ରେନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅହମ୍ମଦାବାଦ୍-ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବୁଲେଟ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜାତୀୟ ଦ୍ରୁତଗାମୀ ରେଳ ପରିଚାଳନାର ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି।

ଏହି ପ୍ରକଳ୍ପ ପାଇଁ ୧ ହଜାର ୩୯୬ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ ଥିବା ବେଳେ, ୧ ହଜାର ୩୫ ହେକ୍ଟର ଜମି ଅଧିଗ୍ରହଣ ହୋଇଥିବା ଜଣାପଡିଛି। ୫୦୮ କିଲୋମିଟର ଦୂରତାର ଏହି ରେଳ ପ୍ରକଳ୍ପରେ ୮ଟି ଷ୍ଟେସନ ରହିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ଦୀର୍ଘଦିନ ହେଲା ରୂପାୟନ ହୋଇପାରୁ ନାହିଁ। ତେବେ ନୂଆ ରେଳମନ୍ତ୍ରୀ ଆସିବା ପରେ ଏହି ପ୍ରକଳ୍ପର ସମୀକ୍ଷା କରିବା ସହ ଅଗ୍ରଗତି ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି।