Odisha Link
Bridging the Missing Links in Odisha

ନିଆଁରେ ପୋଡି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ନିଆଁରେ ପୋଡି ହୋଇ ଚିକିତ୍ସିତ ଅବସ୍ଥାରେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଆଜି ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଶେଷରେ ଆଖି ବୁଜିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ଗତକାଲି ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ ଥିଲେ। ରାତି ପ୍ରାୟ ୯ଟା ବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପୋଡ଼ି ହୋଇଯାଇଥିବା ଦେଖି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୮୦ପ୍ରତିଶତ ପୋଡିଯାଇଥିଲା।

ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ଼ ମେଡିକାଲ ପଠାଯାଇଥିଲା। ହେଲେ ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଛି। ସୌମ୍ୟରଞ୍ଜନ ପ୍ରାୟ ୬ ମାସ ପୂର୍ବେ ବିବାହ କରିଥିବା ବେଳେ ଏବେ ଏପରି ଘଟଣା କାହିଁକି ଓ କିପରି ଘଟିଲା ତାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଖବର ପାଇ ଜିଲ୍ଲା ବନ ଖଣ୍ଡ ଅଧିକାରୀ,  ସ୍ଥାନୀୟ ତହସିଲଦାର, ପୁଲିସ୍‌, ଏସଡ଼ିପିଓ, ପାରଳାଖେମୁଣ୍ଡି ଥାନା ଅଧିକାରୀ ଓ ଅନ୍ୟାନ୍ୟ ପୁଲିସ୍‌ କର୍ମଚାରୀ ଗତକାଲି ରାତିରେ ମେଡିକାଲରେ ପଞ୍ଚିଥିଲେ। ଏହାପରେ  ସୌମ୍ୟରଞ୍ଜନଙ୍କ ବାସଭବନରେ ପୁଲିସ୍‌ ଗତ ରାତିରେ ପହଞ୍ଚି ତଦନ୍ତ କରିଥିବା ବେଳେ କିଛି ସୁରାଗ ପାଇଥିବା ଜଣାଯାଇଛି।

Leave A Reply

Your email address will not be published.