Odisha Link
Bridging the Missing Links in Odisha

ମାଟ୍ରିକ୍‌ ମାର୍କରେ ଅସନ୍ତୁଷ୍ଟ ୦.୩୯% ପିଲା

କଟକ: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ। ସେମାନଙ୍କ ପାଇଁ ବିକଳ୍ପ ଭାବେ ଅଫ୍‌ ଲାଇନ୍‌ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଦେବା ପାଇଁ ଆବେଦନ ତାରିଖ ଶେଷ ହୋଇଛି।

ରେଗୁଲାରରେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ୨୨୪୪ ଜଣ ରେଗୁଲାର ପିଲା ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି। ଅର୍ଥାତ୍‌ ରେଗୁଲାର ମାତ୍ର ୦.୩୯% ପିଲା ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ଏବଂ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଛନ୍ତି। ଭୁବନେଶ୍ବର ଓ ପୁରୀର ଯେଉଁ ଛାତ୍ରଛାତ୍ରୀ ମାଟ୍ରିକ୍‌ ମାର୍କକୁ ନେଇ ଅସନ୍ତୁଷ୍ଟ ହେବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫର୍ମ ପୂରଣ କରି ନ ଥିବା ଜଣାପଡ଼ିଛି। ଶେଷ ତାରିଖ ସୁଦ୍ଧା ମୋଟ୍‌ ୧୫,୧୫୫ ପିଲା ଆବେଦନ କରିଛନ୍ତି।

କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇନଥିଲା। ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଥିଲେ। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସୂଚନାଥାଉକି, ଜୁଲାଇ ୩୦ ତାରିଖରେ ଆରମ୍ଭ ହେବ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା।

Leave A Reply

Your email address will not be published.