Odisha Link
Bridging the Missing Links in Odisha

ଜ୍ୱାଇଁ ମୋର ଦେବତା: ସୌମ୍ୟଙ୍କ ଶ୍ୱଶୂର

ଉଦଳା: ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲାରେ ଟ୍ବିଷ୍ଟ୍। ସୌମ୍ୟଙ୍କ ମୃତ୍ୟୁର ୭ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୋଲିସ। କିନ୍ତୁ ଏହାରି ଭିତରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ ଆସିବାରେ ଲାଗିଛି। ଗତକାଲି ସୌମ୍ୟଙ୍କ ମାଆ ବାପା ମାମୁଁଙ୍କର ବୟାନ ଆସିଲା ପରେ ଆଜି ଆସିଛି ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ବାପାଙ୍କ ବୟାନ ଆସିଛି।

ବିଦ୍ୟାଙ୍କ ବାପା ଶ୍ରୀହରି ପଣ୍ଡା ଜ୍ୱାଇଁ ସୌମ୍ୟରଞ୍ଜନଙ୍କୁ ଦେବତା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ଭଲ ସଂପର୍କ ଥିଲା। ଝିଅ ଫୋନ୍ କଲେ ସବୁ ଠିକ୍ଠାକ୍ ଚାଲିଛି ବୋଲି କହେ। ସେହିପରି ଜ୍ୱାଇଁ ବି ମୋ ପାଖକୁ ଫୋନ୍ କରନ୍ତି। ଘଟଣାର ୫ ଦିନ ପୂର୍ବରୁ ମୋ ମିସେସ୍‌ଙ୍କ ପାଖକୁ ଜ୍ୱାଇଁ ଫୋନ୍ କରିଥିଲେ ଓ ଝିଅ ତାଙ୍କର ଖୁବ୍ ଯତ୍ନ ନେଉଛି ବୋଲି କହିଥିଲେ। ସେମାନଙ୍କ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିଲା ବୋଲି ଯେଉଁ କଥା କୁହାଯାଉଛି, ତାହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ସୌମ୍ୟରଞ୍ଜନଙ୍କର ଅନ୍ୟ ଝିଅଙ୍କ ସହିତ ସଂପର୍କ ଥିବା ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅଭିଯୋଗ କରିଥିବା ବେଳେ ଶ୍ୱଶୁର ଶ୍ରୀହରି ପଣ୍ଡା କହିଛନ୍ତି, ସାମାନ୍ୟ ମନୋମାଳିନ୍ୟ ଥିଲା। ପିଲାଙ୍କ ମଧ୍ୟରେ ସେମିତି ହୁଏ। ସେ ଯେଉଁ ଘଟଣା କଥା କୁହାଯାଉଛି, ତାହାର ସମାଧାନ ପାଞ୍ଚ-ସାତ ଦିନ ଭିତରେ ହୋଇଯାଇଥିଲା। ତା’ପରଠୁ ଆଉ କିଛି ଅସୁବିଧା ନଥିଲା। ସେ ଆହୁରି କହିଛନ୍ତି ଯେ ଝିଅର ଶ୍ୱଶୁର ଘର ଲୋକେ ଆଦୌ ଖରାପ ଲୋକ ନୁହାଁନ୍ତି। ଜ୍ୱାଇଁ ବି ଦେବତା ତୂଲ୍ୟ ଥିଲେ।

ସେହିପରି ଏହି ଘଟଣାରେ ଗଜପତି ଜିଲ୍ଲା ଗୁରାଣ୍ଡି ଥାନାର ମହିଳା ଆଇଆଇସି ମମତା ପଣ୍ଡାଙ୍କ ନାଁ ଉଠିଥିବା ବେଳେ ଶ୍ରୀହରି ପଣ୍ଡା କହିଛନ୍ତି ଯେ ସେ ଜଣେ ଦୂର ସଂପର୍କୀୟ। ସେ କପ୍ତିପଦାର ବୋହୂ। ତାଙ୍କ ସହିତ ସେମାନଙ୍କର ଦେଖାସାକ୍ଷାତ ବି କେବେ ହୋଇନି। ସୌମ୍ୟରଞ୍ଜନ ପୋଡ଼ି ହେବା ଖବର ପାଇବା ପରେ ଝିଅକୁ ସାନ୍ତ୍ୱନା ଦେବାକୁ କେହି ଜଣେ ଚିହ୍ନାପରିଚିତ ଲୋକ ସେଠାରେ ପହଞ୍ଚୁ ବୋଲି ଆମେ ଚାହୁଁଥିଲୁ। ତେଣୁ ଫୋନ୍ ନମ୍ବର ଯୋଗାଡ଼ କରି ତାଙ୍କ (ମମତା ପଣ୍ଡାଙ୍କ) ସହିତ ଯୋଗାଯୋଗ କରିଥିଲୁ।

ଏହି ମାମଲାରେ ପ୍ରାରମ୍ଭରୁ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ବିଦ୍ୟାଭାରତୀଙ୍କର ସଂପର୍କ ଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ସୌମ୍ୟରଞ୍ଜନଙ୍କ ପରକୀୟା ପ୍ରୀତି କଥା ଉଠିଛି। ଆଉ ଏହି କଥା ଉଠାଇଛନ୍ତି ଖୋଦ୍ ତାଙ୍କ ପତ୍ନୀ ବିଦ୍ୟାଭାରତୀ।

Leave A Reply

Your email address will not be published.