Odisha Link
Bridging the Missing Links in Odisha

ଛେରା ପହଁରା ନୀତି ଆରମ୍ଭ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା ସାରି ଆଜି ପୁଣି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିବା କାଳିଆ ସାଆନ୍ତ। ତେବେ କଡା କଟକଣା ଭିତରେ ରଥାରୁଢ ହୋଇ ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ।

ଛେରାପହଁରା କରୁଛନ୍ତି ଶ୍ରୀଜିଉଙ୍କ ଆଦ୍ୟ ସେବକ ଗଜପତି ମହରାଜା। ତିନି ରଥରେ ଛେରା ପହଁରା କରିବେ ଗଜପତି। ଏହା ପରେ ଅପରାହ୍ନରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ଏହାପରେ ରଥଟଣା ଆରମ୍ଭ ହେବ। ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ସବୁ ନୀତିକାନ୍ତି।