Odisha Link
Bridging the Missing Links in Odisha

୪ ଜିଲ୍ଲାରେ କରୋନା ଗ୍ରାଫ୍ ପ୍ଲାଟୋ ଷ୍ଟେଜରେ

ଭୁବନେଶ୍ୱର: ଅଧିକ ପଜିଟିଭ୍ ରହୁଥିବା ୪ ଜିଲ୍ଲାରେ କମୁଛି ସଂକ୍ରମଣ। ଏବେ କରୋନା ଗ୍ରାଫ୍ ପ୍ଲାଟୋ ଷ୍ଟେଜରେ ରହିଛି। ତେଣୁ ୪ ଜିଲ୍ଲାରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଉଛି। ଏହି ସବୁ ଜିଲ୍ଲାକୁ ଅଧିକ ଫୋକସ୍ ଦେବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ବିଜୟ ମହାପାତ୍ର କହିଛନ୍ତି ଯେ, ୪ ଜିଲ୍ଲାରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହୁଛି। ନିକଟରେ ଏମ୍ସର ନିର୍ଦ୍ଦେଶକ ଆସନ୍ତା ୬ରୁ ୭ ସପ୍ତାହ ଭିତରେ ତୃତୀୟ ଲହର ଆସିବ ବୋଲି କହିଥିଲେ। ଏହାର କାରଣ ମଧ୍ୟ ରହିଛି। କଟକଣା କୋହଳ ହେବା ପରେ ଲୋକ ମାନଙ୍କର ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ। ଯେ କୌଣସି ମହାମାରୀରେ ଏମିତି ଲହର ଆସେ। ମାତ୍ର ଆମେ ତା ପାଇଁ ପ୍ରସ୍ତୁତ ହେଉଛୁ। ସେଥିପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକାକରଣ ଜାରି ରହିବ। ଫୋକସ୍ ସର୍ଭିଲାନ୍ସ ଚାଲୁ ରହିବ। ଯଦି ଦରକାର ପଡେ ଅଗଷ୍ଟ ପରେ ବି ଏହାକୁ ସରକାର ବଢାଇପାରନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମିର କୌଣସି ଅଭାବ ନାହିଁ। ତେବେ ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି। ଯାହା ଉପରେ ସ୍ୱତନ୍ତ୍ର ନଜର ଦିଆଯାଉଛି। ସମସ୍ତ ସାଇଟ୍ ବା ସ୍ୱାସ୍ଥ୍ୟକେନ୍ଦ୍ରରେ ପେଡ଼ିଆଟ୍ରିକସ୍ ଓ ଜେନେରାଲ ଏମବିବିଏସ୍ ମାନଙ୍କୁ ଟ୍ରେନିଂ ଦିଆଯାଉଥିବା ସେ କହିଛନ୍ତି।

Leave A Reply

Your email address will not be published.