Odisha Link
Bridging the Missing Links in Odisha

ଆଜିଠୁ ତୃତୀୟ ପର୍ଯ୍ୟାୟ ଜେଇଇ୍ ମେନ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ତୃତୀୟ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ଆରମ୍ଭ। ୨୭ ତାରିଖ ଯାଏଁ ଚାଲିବ ପରୀକ୍ଷା। ଏପଟେ ଆଜି ବାହୁଡ଼ା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ସେମାନଙ୍କୁ କର୍ଫ୍ୟୁ ପାଇଁ କୌଣସି ଅସୁବିଧା ହେବାକୁ ପଡ଼ିବ ନାହିଁ ବୋଲି ପୁରୀ ଏସ୍‌ପି କହିଛନ୍ତି।

କରୋନା କଟକଣାରେ ପରୀକ୍ଷା କରାଯିବ। ପ୍ରବେଶ ପଥରେ ସଭିଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯିବ। ଛାତ୍ରଛାତ୍ରୀ ନିଜର ପାଣି ବୋତଲ, ସାନିଟାଇଜର, ପେନ୍‌ ସାଥୀରେ ନେବେ। ପରୀକ୍ଷା କେନ୍ଦ୍ରରେ ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁ ପ୍ରକାର ନିୟମ ଅନୁପାଳନ କରି ପରୀକ୍ଷା ଦେବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।