Odisha Link
Bridging the Missing Links in Odisha

ପୁଣି ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ୨୦୮୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୨୦୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୮ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୮୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୩ଜଣ, ବରଗଡ଼ ଜିଲ୍ଲାରୁ ୧୫ଜଣ, ଭଦ୍ରକ ଜିଲ୍ଲାରୁ ୧୭୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ , କଟକ ଜିଲ୍ଲାରୁ ୨୧୦ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୧ଜଣ, ଗଜପତି ଜିଲ୍ଲାରୁ ୧୯ଜଣ, ଗଞ୍ଜାମ ଜିଲ୍ଲାରୁ ୧୪ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ, ଯାଜପୁର ଜିଲ୍ଲାରୁ ୧୩୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୧୦ଜଣ ରହିଛନ୍ତି।

କନ୍ଧମାଳ ଜିଲ୍ଲାରୁ ୧୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୪ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୨୮ଜଣ, କୋରାପୁଟ ଜିଲ୍ଲାରୁ ୧୬ଜଣ, ମାଲକାନଗିରି ଜିଲ୍ଲାରୁ ୧୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ଜଣ, ନୟାଗଡ଼ ଜିଲ୍ଲାରୁ ୬୦ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୦୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୬ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୫ଜଣ, ଷ୍ଟେଟ ପୁଲ୍‌ରୁ ୧୧୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୮୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୦୧୬୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୨୬୬୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୫୨୦୬୩୩୮ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.