Odisha Link
Bridging the Missing Links in Odisha

୫ ପଇସାରେ ବିରିୟାନୀ ଅଫର, ଲୋକଙ୍କ ଭିଡ଼ ଦେଖି ହଟହଟା ହେଲେ ଷ୍ଟଲ ମାଲିକ

ଚେନ୍ନାଇ: ୫ ପଇସାରେ ବିରିୟାନୀ। ଷ୍ଟଲ୍ ମାଲିକ ଏଭଳି ବଡ଼ ଘୋଷଣା ପରେ ଦୋକାନ ଆଗରେ ଲାଗିଲା ପ୍ରବଳ ଭିଡ଼। ମାଲିକଙ୍କ ଚାଲ୍ ପୂରା ଓଲଟା ପଡିଗଲା। ଷ୍ଟଲ ବାହାରେ ଶହ ଶହ ଲୋକଙ୍କ ଭିଡ ହାତରେ ଥିଲା ୫ ପଇସା କଏନ୍‌ ଦେଖି ହଟହଟା ହେଲେ ଷ୍ଟଲ ମାଲିକ।

ସୂଚନା ମୁତାବକ, ତାମିଲନାଡୁ ଚେନ୍ନାଇରେ ଜଣେ ବ୍ୟକ୍ତି ନୂଆ କରି ଏକ ବିରିୟାନୀ ଷ୍ଟଲ ଖୋଲିଥିଲେ। ନିଜ ଷ୍ଟଲର ପ୍ରମୋଶନ କରିବା ପାଇଁ ସେ ଏକ ଅଫର ଘୋଷଣା କରିଥିଲେ। ଯିଏବି ୫ ପଇସାର କଏନ୍ ଦେବ, ତାଙ୍କୁ ପେଟପୂରା ବିରିୟାନୀ ଖାଇବାକୁ ମିଳିବ। କିନ୍ତୁ ସେ କେବେ ଭାବିନଥିଲେ ତାଙ୍କର ଏପରି ଘୋଷଣା ଏତେ ବଡ ସମସ୍ୟା ସୃଷ୍ଟି କରିବ।

ଷ୍ଟଲ ମାଲିକଙ୍କ ଏପରି ଘୋଷଣା ପରେ, ଚେନ୍ନାଇ ସେଲୁର ଅଂଚଳରେ ଏହି ବିରିୟାନୀ ଷ୍ଟଲ ଆଗରେ ଲାଗିଯାଇଥିଲା ଲୋକଙ୍କ ଭିଡ। ଏପରିକି ୩୦୦ରୁ ଅଧିକ ଲୋକ ଷ୍ଟଲ ଆଗରେ ଲାଇନ୍ ଲଗାଇଥିଲେ। ଏବଂ ସମସ୍ତଙ୍କ ହାତରେ ରହିଥିଲା ୫ ପଇସାର କଏନ୍। ପରିସ୍ଥିତି ଏପରି ହୋଇଥିଲା ଯେ, ବିରିୟାନୀ ଷ୍ଟଲ୍ ମାଲିକଙ୍କୁ ଦୋକାନ ବନ୍ଦ କରିବାକୁ ପଡ଼ିଲା।

ଅନ୍ୟପଟେ ବିରିୟାନୀ ଖାଇବା ଚକ୍କରରେ ଲୋକଙ୍କ ଭିଡ ଅସମ୍ଭାଳ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଆଉ ଲୋକଙ୍କୁ କରୋନା କଟକଣା ମାନିବାକୁ କହିବା ସହ ଘଟଣାସ୍ଥଳରୁ ଭିଡ ଖାଲି କରାଯାଇଥିଲା। କିଛି ଲୋକ ୫ ପଇସା କଏନ ନେଇ ଆସିଥିଲେ ମଧ୍ୟ କାହିଁକି ବିରିୟାନୀ ମିଳିଲାନି ବୋଲି ପ୍ରଶ୍ନ କରିଥିଲେ।

Leave A Reply

Your email address will not be published.