Odisha Link
Bridging the Missing Links in Odisha

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀରମୋହନ ବିଶ୍ବବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ଫକୀରମୋହମ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କୁ ନିଯୁକ୍ତି। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତାଙ୍କୁ ୪ ବର୍ଷ ପାଇଁ କୁଳପତିଭାବେ ନିଯୁକ୍ତି ଦେଇଛନ୍ତି।

ଚୂଡାନ୍ତ ତାଲିକାରେ ୩ ପ୍ରଫେସର ଥିଲେ। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟ ପିଏମଆଇଆର୍‌ ବିଭାଗର ତଥା ପୂର୍ବତନ ସିଡିସି ନିର୍ଦ୍ଦେଶକ।

ସେହିପରି ପ୍ରଫେସର ଦେବୀପ୍ରସାଦ ମିଶ୍ର ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ପିଜି କାଉନସିଲ୍‌ ଅଧ୍ୟକ୍ଷ ଥିବାବେଳେ ପ୍ରଫେସର ମାଳବିକା ଦେଓ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ୍‌ ବିଭାଗ ପ୍ରଫେସର ବୋଲି ଜଣାପଡିଛି।