Odisha Link
Bridging the Missing Links in Odisha

ଅଲୋଡ଼ା ହେଲା ଶିଶୁକନ୍ୟା ଉଦ୍ଧାର

ବନ୍ତଳା: ଅଲୋଡ଼ା ହେଲା ଶିଶୁକନ୍ୟା। ଜନ୍ମ କରି ରାସ୍ତା କଡକୁ ଫିଙ୍ଗିଦେଲା ମା’। ଏଭଳି ଏକ ଅଭାବନୀୟ ଘଟଣା ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି।

ସୁଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳକୁ ଭାଲିଆପାଳ ଗ୍ରାମର ଜଣେ ଯୁବକ ନିକଟସ୍ଥ ନାଳକୁ ଗାଧୋଇବା ପାଇଁ ଯାଇଥିବାବେଳେ ସେଠାରେ ଏକ ଶିଶୁକନ୍ୟା ପଡିଥିବା ଦେଖି ଘରକୁ ନେଇ ଯାଇଥିଲେ। ଏହି ଖବର ସ୍ଥାନୀୟ ଅଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସହ ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ବନ୍ତଳା ଥାନାକୁ ଜଣାଇଥିଲେ।

ତେବେ ଶିଶୁକନ୍ୟାଟି ଅସୁସ୍ଥ ଥିବାରୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରୁ ବନ୍ତଳା ପୁଲିସ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

Leave A Reply

Your email address will not be published.