Odisha Link
Bridging the Missing Links in Odisha

ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ

ରାଞ୍ଚି: ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ। ଏହା କୌଣସି ସିନେମା କାହାଣୀ ନୁହେଁ। ଏଭଳି ଘଟଣା ରାଞ୍ଚିରେ ଦେଖିବାକୁ ମିଳିଛି। ବିବାହର ମାତ୍ର ୧୭ ଦିନ ପରେ ସ୍ୱାମୀ, ପରିବାର ଛାଡ଼ି ସ୍ତ୍ରୀ ପ୍ରେମିକ ପାଖକୁ ପଳାଇ ଯାଇଛି। ରାଞ୍ଚିର ସୁଖଦେବନଗରରେ ରହୁଥିବା ଜଣେ ଯୁବତୀ ଚିପ୍ରା ନିବାସୀ ଯୁବକଙ୍କୁ ବିବାହ କରିଥିଲେ। ‍ଉଭୟ ପରିବାର ସହମତି କ୍ରମେ ଖୁବ ଧୁମଧାମରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିବାହ ପର ଠାରୁ ହିଁ ସ୍ୱାମୀ ଠାରୁ ଦୂରେଇ ରହୁଥିଲେ ନବବିବାହିତା।

ସବୁବେଳେ ଗୁମସୁମ୍ ରହିବା ସହ ଶାଶୂଘର ଲୋକଙ୍କ ସହ କଥା ହେଉନଥିଲେ। ତେବେ ଘରକୁ ନୂଆ ଆସୁଥିବାରୁ ବୋହୂକୁ ଭଲ ଲାଗୁନଥିବା ଭାବି ଘଟଣାକୁ ହାଲୁକାରେ ନେଇଥିଲେ ଶାଶୂଘର ଲୋକ। କିନ୍ତୁ ବିବାହର ମାତ୍ର ୧୭ ଦିନ ପରେ ଘରୁ ଲୁଚି କୁଆଡ଼େ ପଳାଇ ଯାଇଥିଲେ ନବବିବାହିତା।

ବୋହୂ ଫେରାର ପରେ ଶାଶୂ ଘର ଲୋକେ ଝିଅର ବାପ ଘରକୁ ଖବର ଦେଇଥିଲେ। ଘର ଲୋକଙ୍କୁ ପଚାରିବା ପରେ ଜଣାପଡ଼ିଲା ବିବାହ ପୂର୍ବରୁ ଅନ୍ୟ ଜେଣ ଯୁବକକୁ ପ୍ରେମ କରୁଥିଲେ ତଥା ବିବାହ କରିବାକୁ ଚାହୁଁଥିଲେ ନବବିବାହିତା। ତାଙ୍କ ମା ଏକଥା ଜାଣିଥିଲେ ସୁଦ୍ଧା ଝିଅକୁ ଅନ୍ୟ ଜଣେ ଯୁବକ ସହ ବିବାହ କରାଇ ଦେଇଥିଲେ।

ସନ୍ଦେହ ଆଧାରରେ ନବିବିବାହିତାର ପ୍ରେମିକ ଘରକୁ ଯାଇଥିଲେ ଉଭୟ ପରିବାର ଲୋକ। ସେଠାରେ ପ୍ରେମିକ ଘରେ ଥିଲା ସ୍ତ୍ରୀ। ବାପ ଘର ଲୋକ ଓ ଶାଶୁ ଘର ଲୋକ ସାମାଜର ଦ୍ୱାହି ଦେଇ ଝିଅକୁ ଅନେକ ବୁଝାସୁଝା କରିଥିଲେ। କିନ୍ତୁ ନବବିବାହିତା ଜଣକ ନିଜ ଜିଦରେ ଅଡ଼ି ବସିଥିଲେ। ସ୍ତ୍ରୀର ଜିଦ୍ ଦେଖି ପ୍ରେମିକ ସହ ରହିବାକୁ ଅନୁମତି ଦେଇଥିଲେ ସ୍ୱାମୀ। ତେବେ ଏନେଇ ଥାନାରେ ଏକ ଏଗ୍ରିମେଣ୍ଟ୍ କରାଯାଇଥିଲା।

ତେବେ କନ୍ୟାର ପ୍ରେମିକ କହିଛନ୍ତି, ବିବାହ ପରେ ମଧ୍ୟ ସେ ନିଜ ପ୍ରେମିକଙ୍କ ସହ ଫୋନରେ କଥା ହେଉଥିଲେ ଏବଂ ଦିନେ ସେ ସୁଯୋଗ ପାଇ ଘରୁ ପଳାଇ ଯାଇଥିଲେ। ଦୁଇ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କନ୍ୟାର ପରିବାର ଲୋକ ଏ ସମ୍ମନ୍ଧରେ ଜାଣିଥିଲେ ସୁଦ୍ଧା ଝିଅକୁ ଜୋରଜବରଦସ୍ତି ଅନ୍ୟଠାରେ ବିବାହ ଦେଇଥିଲେ।

Leave A Reply

Your email address will not be published.