Odisha Link
Bridging the Missing Links in Odisha

ଆଜି ଅଧରପଣା, ଆସନ୍ତାକାଲି ନିଳାଦ୍ରୀ ବିଜେ

ପୁରୀ: ସୁନାବେଶ ପରେ ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସିରିଛି ସମସ୍ତ ପ୍ରସ୍ତୁତି। ଗୁରୁବାର ତ୍ରୟୋଦଶୀ ତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲଗାଯିବ । ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହେବ। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ। କିମ୍ବଦନ୍ତୀ ଅନୁସାରେ ଉକ୍ତ ଭୋଗ ପଣା ପାଶ୍ୱର୍ଦେବାଦେବୀ, ଅଶରୀର, ଚଣ୍ଡୀ ଓ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ। ଠାକୁରଙ୍କ ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହେବ।

ପ୍ରତି ରଥରେ ଦାରୁ ବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଭୋଗ ହେବ। ଅଧର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ। ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯାଏ। ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିବେ। ସନ୍ଧ୍ୟା ୮ଟାରେ ଅଧର ପଣା ଭୋଗ ଲଗାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.