Odisha Link
Bridging the Missing Links in Odisha

ଚଳିତ ଅଧିବେଶନରୁ ଟିଏମ୍‌ ସାଂସଦ ଶାନ୍ତନୁ ସେନ୍‌ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରୁ ଟିଏମ୍‌ ସାଂସଦ ଶାନ୍ତନୁ ସେନ୍‌ ନିଲମ୍ବିତ। ଶାନ୍ତନୁଙ୍କୁ ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ ଗୁଡ଼ିକରୁ ନିଲମ୍ୱିତ କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ।

ଶୁକ୍ରବାର ରାଜ୍ୟସଭା କାର୍ଯ୍ୟ ଆରମ୍ଭରୁ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗତକାଲିର ଘଟଣା ବାବଦରେ କହିଥିଲେ। ସେ କହିଥିଲେ ଯେ, ଗତକାଲି ଯାହା ଘଟିଥିଲା ତାହା ଆଶ୍ଚର୍ଯ୍ୟଜନକ। ଗୃହରେ କାଗଜ ଚିରି ଫିଙ୍ଗିବା କେବେ ଗ୍ରହଣୀୟ ନୁହେଁ। ଏଭଳି ବ୍ୟବହାର ଗଣତନ୍ତ୍ରର ଗାରିମା ନଷ୍ଟ କରିଛି। ଏହା ପରେ ଅଶୋଭନୀୟ ବ୍ୟବହାର ପାଇଁ ଚଳିତ ମୌସୁମୀ ଅଧିକବେଶନ ଅବଶିଷ୍ଟ ଦିନ ଗୁଡ଼ିକରୁ ଶାନ୍ତନୁ ସେନଙ୍କୁ ନିଲମ୍ୱନ କରାଯାଇଥିବା ସେ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଶାନ୍ତନୁଙ୍କ ନିଲମ୍ୱନକୁ ରାଜ୍ୟସଭାରେ ବିରୋଧ କରିଛି ଟିଏମସି।

ସୂଚନାଥାଉକି, ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତ୍ତି ରଖିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ଆଣି ଗୃହରେ ଚିରି ଫୋପାଡ଼ି ଦେଇଥିଲେ ଶାନ୍ତନୁ ସେନ୍‌।

Leave A Reply

Your email address will not be published.