Odisha Link
Bridging the Missing Links in Odisha

ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ, ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ ୨୬ ଭାରତୀୟ

ଟୋକିଓ: ଆଜିଠୁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ଆଉ ମାତ୍ର କିଛି ସମୟର ଅପେକ୍ଷା। ଭାରତୀୟ ସମୟ ଅପରାହ୍ନ ୪.୩୦ ମିନିଟରୁ ଟୋକିଓର ଦ ନ୍ୟାସନାଲ ଷ୍ଟାଡିୟମରେ ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କରିବେ। ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱବାସୀଙ୍କୁ ବିଶ୍ୱ ଶାନ୍ତି ଓ ସହାବସ୍ଥାନର ନୂଆ ବାର୍ତ୍ତା ଦେବ ଟୋକିଓ।

ମହାମାରୀ ପ୍ରଭାବିତ କ୍ରୀଡ଼ା ବିନା ଦର୍ଶକରେ ଆୟୋଜିତ ହେବ। ଦର୍ଶକ କେବଳ ଟିଭି ପରଦାରେ ହିଁ ଉତ୍ସବକୁ ଦେଖି ପାରିବେ। ଟୋକିଓରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜାପାନ ସରକାର ରାଜଧାନୀରେ ଆସନ୍ତା ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଜରୁରୀ ସ୍ଥିତି ଜାରି କରିଛନ୍ତି। ଆୟୋଜକ, ପ୍ରାୟୋଜକ, ବୈଦେଶିକ କୂଟନୈତିଜ୍ଞ, ବିଦେଶୀ ମାନ୍ୟଗଣ୍ୟ ଅତିଥି ଏଭଳି ମାତ୍ର ୧୦,୦୦୦ ଭିଆଇପି ଷ୍ଟାଡିୟମରେ ବସି ଉଦ୍‌ଘାଟନୀ ଉତ୍ସବ ଦେଖିବାର ବ୍ୟବସ୍ଥା ହୋଇଛି ।

ସେମିତି ମାର୍ଚ୍ଚପାଷ୍ଟରେ ମଧ୍ୟ କ୍ରୀଡ଼ାବିତଙ୍କ ସଂଖ୍ୟାକୁ ହ୍ରାସ କରିଦିଆଯାଇଛି।ଭାରତୀୟ ଦଳର ମାତ୍ର ୨୦ ଜଣ କ୍ରୀଡ଼ାବିତ ଓ ୬ ଜଣ ଅଫିସିଆଲ ଉତ୍ସବରେ ସାମିଲ ହେବେ। ପ୍ରତି ଚାରି ବର୍ଷରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସରେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ହିଁ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଅଂଶ। ଆୟୋଜକ ଦେଶ ସର୍ବଦା ବିଶ୍ୱକୁ କିଛି ନୂଆ ବାର୍ତ୍ତା ଦେବା ସହ ନିଜର ଜାତୀୟ ଅସ୍ମିତାକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବାର ସୁଯୋଗ ପାଇଥାନ୍ତି।

Leave A Reply

Your email address will not be published.