Odisha Link
Bridging the Missing Links in Odisha

କର୍ଣ୍ଣାଟକ: ଦିନେ ବାପା ଥିଲେ ରାଜ୍ୟ ମୁଖିଆ, ଏବେ ପୁଅ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ବାସବରାଜ ବୋମାଇ। ବେଙ୍ଗାଲୁରୁ ଆଜି ହୋଇଥିବା ବିଧାୟକ ଦଳ ବୈଠକରେ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ । ବାସବରାଜ ବୋମାଇ ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମଗୁଡ଼ିକୁ ଆଗେଇ ନେବେ ବୋମାଇ। ଏହା ଆଶା ଓ ବିଶ୍ବାସ ରହିଛି ବୋଲି ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି।

ଗତକାଲି ଅର୍ଥାତ୍‌ ସୋମବାର ଦିନ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଆରମ୍ଭ ହୋଇଥିଲା କଳ୍ପନାଜଳ୍ପନା। ଆଜି ସମସ୍ତ ଚର୍ଚ୍ଚାରେ ବିରାମ ଲାଗିବା ସହିତ ବାସବରାଜ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି।

ସୂଚନାଥାଉକି, ବିଏସ ୟେଦୁୟେରପ୍ପାଙ୍କ ପରି ବୋମାଇ ମଧ୍ୟ ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟର ବ୍ୟକ୍ତି । ସେ ମଧ୍ୟ ୟେଦୁୟେରପ୍ପାଙ୍କ ଘନିଷ୍ଠ ଭାବେ ଜଣାଶୁଣା । ୧୯୬୦ ଜାନୁଆରି ୨୮ରେ ଜନ୍ମିତ ବାସବରାଜ ବୋମାଇଙ୍କ ପିତା ଏସଆର ବୋମାଇ ମଧ୍ୟ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଏସଆର ବୋମାଇ କର୍ଣ୍ଣାଟକର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟୁ ତୁଲାଇଥିଲେ। ସେ ୧୯୮୮ ମସିହା ଅଗଷ୍ଟ ୧୩ ତାରିଖରୁ ୧୯୮୯ ମସିହା ଏପ୍ରିଲ ୨୧ ତାରିଖ ଯାଏଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ।

Leave A Reply

Your email address will not be published.