Odisha Link
Bridging the Missing Links in Odisha

ବରଗଡରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ

ବରଗଡ: ବରଗଡରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ। ମୋଟର ଚାଳକ ମାନଙ୍କୁ ସହାୟତା ପ୍ରଦାନ ଦାବି ନେଇ ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା ଦିଆଯାଇଛି। ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ଯାନ ବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିବ।

ସମାଜର ପ୍ରତ୍ୟକ କ୍ଷେତ୍ରରେ ମୋଟର ଚଳକଙ୍କ ସହଯୋଗ ରହିଥାଏ। ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ମୋଟର
ଚାଳକଙ୍କ ଜୀବନ ଜୀବିକା ବହୁ କଷ୍ଟରେ ଚାଲୁଛି। ମାତ୍ର ମୋଟର ଚାଳକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।

ମୋଟର ଚାଳକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ କରୋନାରେ ପ୍ରାଣ ହରାଇଥିବା ଚାଳକଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଦାବି ହୋଇଛି। ସେହିପରି ବେକାର ହୋଇଥିବା ଚାଳକଙ୍କୁ ୧୦ ହଜାର ଟଙ୍କା ସହାୟତା ପାଇଁ ଦାବି କରାଯାଇଛି।

Leave A Reply

Your email address will not be published.