Odisha Link
Bridging the Missing Links in Odisha

ବିଜୟ ମାଲ୍ୟାଙ୍କ ସବୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଲଣ୍ଡନ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ବ୍ୟାଙ୍କଠାରୁ ଋଣନେଇ ପରିଶୋଧ ନକରି ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ସୋମବାର ବଡ଼ ଝଟ୍‌କା ଲାଗିଛି। ଲଣ୍ଡନ୍‌ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା କରିବା ସହ ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ଲଣ୍ଡନ ହାଇକୋର୍ଟ। ସମ୍ପତ୍ତି ବାଜ୍ୟାପ୍ତି କରି ମାଲ୍ୟାଙ୍କ ଋଣରାଶି ପରିଶୋଧ କରିବାକୁ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲା ୧୩ ଭାରତୀୟ ବ୍ୟାଙ୍କ ପାଇଁ ଲିଡ୍‌ ନେଇ ଲଢ଼ୁଥିବା ଏସ୍‌ବିଆଇକୁ ବିଜୟ ମିଳିଛି। ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବିଜୟ ହୋଇଥିବାରୁ ଏଣିକି ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହୋଇପାରିବ। ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।

କିଙ୍ଗଫିସର ଏୟାରଲାଇନ୍ସ ଲାଗି ମାଲ୍ୟା ୯ ହଜାର କୋଟିର ରୁଣ କରି ଆଉ ସୁଝି ନଥିଲେ। ତାଙ୍କ ବିରୋଧରେ ଇଡି ଓ ସିବିଆଇ ତଦନ୍ତ କରୁଥିବା ବେଳେ ମାଲ୍ୟା ବ୍ରିଟେନ ପଳାଇଥିଲେ।

Leave A Reply

Your email address will not be published.