Odisha Link
Bridging the Missing Links in Odisha

ଆଜିଠୁ ଅଫଲାଇନ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଆଜି ଅଫଲାଇନ ମାଟ୍ରିକ ପରୀକ୍ଷା। ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ। ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି।

ପରୀକ୍ଷା ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଚାଲିବ। ପାର୍ଟ-୧ରେ ଅବଜେକ୍ଟିଭ୍ ଓ ପାର୍ଟ-୨ରେ ସବ୍‌ଜେକ୍ଟିଭ୍‌ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ମୋଟ ୮୦ ନମ୍ବରର ପରୀକ୍ଷା ‌ଦେବେ। ପାର୍ଟ-୧ରେ ୫୦ ନମ୍ବର ଓ ପାର୍ଟ-୨ରେ ୩୦ ନମ୍ବରର ପରୀକ୍ଷା ହେବ। ପ୍ରତି ପାର୍ଟ ଘଣ୍ଟାଏ ଲେଖାଏ କରାଯିବ। ତେବେ ଗଣିତ ପରୀକ୍ଷା ମୋଟ ୨ଘଣ୍ଟା ୧୫ ମିନିଟ୍‌ ଧରି ଚାଲିବ।

ପାର୍ଟ-୧ରେ ୧ଘଣ୍ଟା ୧୫ ମିନିଟ୍‌ ଓ ପାର୍ଟ-୨ରେ ୧ଘଣ୍ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଛାତ୍ରଛାତ୍ରୀମାନେ ୯ଟା ୧୫ ମିନିଟ୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ।

ହାଇସ୍କୁଲ ସାର୍ଟିଫିକେଟରେ ୨୭୮ କେନ୍ଦ୍ରରେ ୬୫୯୭ଜଣ ପରୀକ୍ଷା ଦେବେ। ରାଜ୍ୟ ଓପନ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୨୨୨ କେନ୍ଦ୍ରରେ ୮୪୯୩ଜଣ ଏବଂ ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

Leave A Reply

Your email address will not be published.