Odisha Link
Bridging the Missing Links in Odisha

ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ନେଇ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ତ୍ରୀ

ରାଜସ୍ଥାନ: କାମୁକ ସ୍ବାମୀଙ୍କର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ନେଇ ଅଭିଯୋଗ ଆଣିଲେ ସ୍ତ୍ରୀ। ଟ୍ୟୁସନ ପଢି ଆସୁଥିବା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ମୋ ସ୍ୱାମୀ। ମୋର ନ୍ୟାୟ ଦରକାର। ଥାନାରେ ଏପରି ଅଭିଯୋଗ କରିଛନ୍ତି ମହିଳା। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଜୟପୁରର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀ ଘରକୁ ଛାତ୍ରୀଙ୍କୁ ଟ୍ୟୁସନ କରିବାକୁ ଡାକନ୍ତି ଏବଂ ସେମାନଙ୍କ ସହ ସେ ଶାରୀରିକ ସମ୍ପର୍କ ରଖୁଛନ୍ତି। ତାଙ୍କ ସ୍ୱାମୀଙ୍କ ଚରିତ୍ର ଭଲ ନୁହେଁ। ଟ୍ୟୁସନ ଆସୁଥିବା ଛାତ୍ରୀମାନେ ନିଜକୁ ସୁରକ୍ଷିତ ରଖିବା ଉଚିତ।

ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ, ସ୍କୁଲର ଛୋଟ ଝିଅଙ୍କୁ ମଧ୍ୟ ସେ ଘରକୁ ଡାକି ଶାରୀରିକ ନିର୍ଯାତନା ଦେଇଥାନ୍ତି। ଯଦି କୌଣସି ଛାତ୍ରୀ ଏହାର ବିରୋଧ କରେ ସେ ପରୀକ୍ଷାରେ ନମ୍ବର କାଟି ଦିଅନ୍ତି। ଏହାର ପ୍ରତିବାଦ କଲେ ସ୍ୱାମୀ ମାଡ ମାରୁଥିବା ଅଭିଯୋଗ କରିଛନ୍ତି।

ଏନେଇ ମହିଳା ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଗତ ୨୬ ତାରିଖରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମହିଳା ପୋଲିସ ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି। ଏହାସହ ଟ୍ୟୁସନ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି ପୁଲିସ।

Leave A Reply

Your email address will not be published.