Odisha Link
Bridging the Missing Links in Odisha

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସ୍ୱାମୀ ଓ ସ୍ତ୍ରୀ ଉଭୟ କାରରେ ସ୍ତ୍ରୀ ବାପା ଘରକୁ ଯାଉଥିବା ସମୟରେ ଏଭଳି ଅଘଟଣା ଘଟିଛି। ସ୍ୱାମୀ ତାଙ୍କୁ କାରରେ ବାପ ଘରକୁ ଛାଡ଼ିବାକୁ ଯାଉଥିଲେ। ହେଲେ ହଠାତ ସ୍ତ୍ରୀ କାରରୁ ଓଲ୍ଲାଇ ଟ୍ରେନ ଆଗକୁ ଡେଇଁପଡ଼ିଲେ।

ସୂଚନା ମୁତାବକ, ଭୁବନେଶ୍ୱର କାର୍ଗିଲ ବସ୍ତି ପାଖରେ ଜଣେ ମହିଳା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଟ୍ରେନ ଆସିବା ବେଳେ ହଠାତ ମହିଳା ଜଣକ କାରରୁ ଓହ୍ଲାଇ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ। ସମ୍ପୃକ୍ତ ମହିଳା ଜଣକ ପାତ୍ରପଡ଼ାରୁ ରବି ଟକିଜକୁ କାର ଯୋଗେ ସ୍ୱାମୀଙ୍କ ସହ ଆସୁଥିଲେ।

ତେବେ ମହିଳା ଜଣକ ମାନସିକ ବିକୃତ ଥିବା ଉଭୟ ଶାଶୁଘର ଓ ବାପ ଘର ଲୋକ କହିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.