Odisha Link
Bridging the Missing Links in Odisha

ଟୋକିଓ ଅଲମ୍ପିକ୍ସ: କ୍ୱାର୍ଟର ଫାଇନାଲରେ ତୀରନ୍ଦାଜ ଦୀପିକା କୁମାରୀ

ଟୋକିଓ: ଟୋକିଓ ଅଲମ୍ପିକ୍ସରୁ ଆଉ ଏକ ପଦକର ଆଶା ଦେଲେ ତୀରନ୍ଦାଜ ଦୀପିକା କୁମାରୀ। ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେନିଆ ପରୋଭାଙ୍କୁ ସୁଟଆଉଟରେ ପରାସ୍ତ କରି ଦୀପିକା କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି।

କଡା ମୁକାବିଲାରେ ୬-୫ରେ ଜିତିଛନ୍ତି ଦୀପିକା କୁମାରୀ। ଦୀପିକା ପ୍ରଥମ ଓ ତୃତୀୟ କ୍ୱାର୍ଟରରେ ବିଜୟୀ ହୋଇଛନ୍ତି। ଆଜି ୧୧ଟା ୩୦ରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ଦୀପିକାଙ୍କ ମୁକାବିଲା କୋରିଆର ଏନ ସେନଙ୍କ ସହ ହେବ।

Leave A Reply

Your email address will not be published.