Odisha Link
Bridging the Missing Links in Odisha

ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏବେ ବି ଉପରମୁହାଁ ଅଛି କରୋନା ଗ୍ରାଫ୍‌। ରାଜ୍ୟର ଅନ୍ୟସ୍ଥାନ ଅପେକ୍ଷା ଭୁବନେଶ୍ବରରେ କରୋନା ମାମଲା ଅଧିକା ଅଛି। ଏସବୁ ମଧ୍ୟରେ ଆସିଛି ଏକ ଭଲ ଖବର। ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ୍ ପୁରଣ ହୋଇଛି ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

ଶୁକ୍ରବାର ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ୍ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ୍ ନେଇସାରିଛନ୍ତି। ୭ ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ୍ ଟିକା ନେଇ ସାରିଛନ୍ତି।

ତେବେ ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ। ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି। ଭୁବନେଶ୍ବରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.