Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ସେମି ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଟିମ୍

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍‌। ସେମି ଫାଇନାଲରେ ପ୍ରବେଶ କରିଛି ଦଳ। ଆଜି ଖେଳା ଯାଇଥିବା ଏକ କ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଛି।

ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି। ଦଳ ତରଫରୁ ଏହି ଏକମାତ୍ର ଗୋଲ୍ ଦେଇଥିଲେ ଗୁରଜୀତ କୌର। ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌। ସେମି ଫାଇନାଲ୍‌ରେ ଦଳ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ। ଭାରତୀୟ ମହିଳା ହକି ଦଳକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ।

ସେପଟେ, ଭାରତୀୟ ପୁରୁଷ ହକି ଦଳ କ୍ୱାର୍ଟର ଫାଇନାଲରେ ଭାରତ ଚମକପ୍ରଦ ପ୍ରଦର୍ଶନ କରିଛି । ସେମିଫାଇନାଲ ଓ ଫାଇନାଲରେ ମଧ୍ୟ ଟିମ ଏହି ଧାରା ବଜାୟ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଜାତୀୟ କ୍ରୀଡା ହକିର ବିକାଶରେ ଓଡ଼ିଶାର ବହୁ ଅବଦାନ ରହିଛି । ଓଡ଼ିଶା ସରକାର ୨୦୧୮ ମସିହାରୁ ୫ ବର୍ଷ ଯାଏ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଟିମର ପ୍ରାୟୋଜକ ଅଛନ୍ତି।