Odisha Link
Bridging the Missing Links in Odisha

ମାଟ୍ରିକ୍‌ ପରୀକ୍ଷାରେ ପୁଣି ବିଭ୍ରାଟ

କଟକ: ବର୍ତ୍ତମାନ ରାଜ୍ୟରେ ଅଫ୍‌ ଲାଇନ୍‌ରେ ଚାଲିଛି ମାଟ୍ରିକ୍‌ ପରୀକ୍ଷା। ହେଲେ କଟକରୁ ଆସିଛି ଏକ ବଡ଼ ଖବର। ମଙ୍ଗଳବାର କଟକ ବୋର୍ଡ ହାଇସ୍କୁଲରେ ଚାଲିଥିଲା ପରୀକ୍ଷା। ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍କ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ସେହିପରି ଏକ୍କ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଥିଲା। ତେବେ ତୃଟି ସଂଶୋଧନ ଲାଗି ତୁରନ୍ତ ପଦକ୍ଷେପ ନେଇଥିଲେ ସ୍କୁଲ୍ କର୍ତ୍ତୃପକ୍ଷ। ହେଲେ ଆଜି କିଛି ସମୟ ଲାଗି ପରୀକ୍ଷା କେନ୍ଦ୍ରରେ ଖୁବ୍ ହୋ -ହାଲ୍ଲା ହୋଇଥିଲା ।

ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ଭିତରେ ତୃଟି ଧରା ପଡ଼ିଥିଲା। ଭୁଲ୍‌ରେ ୨୦ ଜଣ ପିଲାଙ୍କୁ ଭୁଲ୍ ପ୍ରଶ୍ନପତ୍ର ଦିଆଯାଇଥିଲା। ଏଥିସହିତ କେନ୍ଦ୍ରର ପରିଚାଳକ ତୁରନ୍ତ ପଦକ୍ଷେପ ନେଇଥିଲେ। ପ୍ରଶ୍ନପତ୍ର ଗୁଡିକୁ ଅଦଳ ବଦଳ କରାଯିବା ସହିତ ସବୁ ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ଦିଆଯାଇଥିଲା ବୋଲି ସୁପରି ତେଣ୍ଡେଣ୍ଟ କହିଥିଲେ। କିନ୍ତୁ ଏଭଳି ବିଭ୍ରାଟକୁ ନେଇ ଅଭିଭାବକ ମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଆପତ୍ତି ଜଣାଇଛନ୍ତି।

ସୂଚନାଯୋଗ୍ୟ, କଟକ କଲେଜ୍ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ତୃପକ୍ଷଙ୍କ ଅବହେଳା ପାଇଁ ଚଳିତ ବର୍ଷ ୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ଅଫ ଲାଇନ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ସୂଚନାଥାଉକି, ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି। ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ଏମାନେ ସମସ୍ତେ ପୂର୍ବରୁ ପ୍ରକାଶିତ ପରୀକ୍ଷା ଫଳରେ ଅସନ୍ତୋଷ ପ୍ରକାଶ କରି ପରୀକ୍ଷା ଦେଉଛନ୍ତି।

Leave A Reply

Your email address will not be published.