Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରାଙ୍କ ଦମଦାର ପ୍ରଦର୍ଶନ। ନୀରଜ ସେମିଫାଇନାଲ ରାଉଣ୍ଡରେ ୮୬. ୬୫ ମିଟର ଥ୍ରୋ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି ଏହି ଦମଦାର ପ୍ରଦର୍ଶନ ଫଳରେ ନୀରଜ ପଦକ ଆଶା ଉଜ୍ଜିବୀତ କରିଛନ୍ତି। ଫାଇନାଲରେ ପହଞ୍ଚିବାକୁ ୮୩. ୫୦ ମିଟର ଥ୍ରୋ କରିବା ଜରୁରୀ ଥିଲା, ହେଲେ ନୀରଜ ଏହାଠୁ ଅଧିକ ମିଟର ଫୋପାଡି ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ଗ୍ରୁପ A ର ପ୍ରଥମ ସ୍ଥାନରେ ରହିଛନ୍ତି ନୀରଜ।

ଆସନ୍ତା ୭ ତାରିଖରେ ଫାଇନାଲ୍ ଖେଳିବେ ନୀରଜ ଚୋପ୍ରା। ହରିୟାଣାର ପାଣୀପତରେ ଜନ୍ମ ଗ୍ରହଣ କରିଥିବା ନୀରଜ ବିଶ୍ୱସ୍ତରୀୟ ଆଥଲେଟିକ୍ସ ଚାମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ୍ ଅଟନ୍ତି।