Odisha Link
Bridging the Missing Links in Odisha

ଆଜିଠୁ ବିରଞ୍ଚି ସାହୁଙ୍କୁ ମାରାଥନ ଜେରା କରିବ ଭିଜିଲାନ୍ସ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟ ପିଏସ ବିରଞ୍ଚି ନାରାୟଣଙ୍କ ସମ୍ପତିର ଖୋଳତାଡ଼ କରିବ ଭିଜିଲାନ୍ସ। ବିରଞ୍ଚି ନାରାୟଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ବେଆଇନ ଆୟର ଉତ୍ସ ଓ ନିଯୁକ୍ତି ଜାଲିଆତି ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବ ଭିଜିଲାନ୍ସ।

ବିରଞ୍ଚିଙ୍କ ଘରକୁ ଦେଢ଼ ସହରୁ ଅଧିକ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଜବତ ହୋଇଥିବାରୁ ଏହା ପଛରେ ଓଏସ୍ଏସ୍‌ସି ଅଫିସର କିଛି ସାମିଲ ଥିବା ନେି ସନ୍ଦେହ କରାଯାଉଛି। ଏହି ଦୁର୍ନୀତି ପର୍ଦ୍ଦାଫାସ୍ ପାଇଁ ଭିଜିଲାନ୍ସ ଆଜିଠୁ ମାରାଥନ ଜେରା କରିବ। ଅନ୍ୟପକ୍ଷରେ ବିରଞ୍ଚି, ତାଙ୍କ ପତ୍ନୀ ଓ ସଢ଼ୁଙ୍କ ମୋବାଇଲ ଫୋନ୍ କଲ ଡିଟେଲ୍ସ ରେକର୍ଡ ବିବରଣୀ ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି।

ଏଥିରୁ ତାଙ୍କ ପତ୍ନୀ ଓ ସଢ଼ୁ ଚାକିରୀ ଆବେଦନକାରୀଙ୍କ ସହ ଯୋଗାଯୋଗରେ ରହୁଥିଲେ ବୋଲି ଜଣାପଡ଼ିଛି। ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ବିରଞ୍ଚି ପରୀକ୍ଷାର୍ଥୀମାନଙ୍କଠାରୁ ବିପୁଳ ଅର୍ଥ ଆଦାୟ କରିଥିବା ସନ୍ଦେହ ଘନୀଭୂତ ହୋଇଛି। ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁ ମନୋରଞ୍ଜନ ସାହୁଙ୍କ ସହ ବିରଞ୍ଚିଙ୍କୁ ମୁହାଁମୁହିଁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି ଭିଜିଲାନ୍ସ।