Odisha Link
Bridging the Missing Links in Odisha

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ, ୩ ଗିରଫ

ଭୁବନେଶ୍ବର: ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ୩ ବ୍ୟବସାୟୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍। ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ଏସ୍‌ଟିଏଫ୍ ଟିମ୍‌ ଚଢ଼ଉ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତାକୁ ଉଦ୍ଧାର କରି ଚନ୍ଦକା ଡିଏଫ୍ଓଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ଗିରଫ ୩ ଜଣ ହେଲେ କଟକ ବଡମ୍ବା ଅଞ୍ଚଳର ଚିତ୍ରସେନ ସାହୁ, ଭୁବନେଶ୍ବର ପାତ୍ରପଡାର ଖଗେଶ୍ବର ସାହୁ ଓ ଗଞ୍ଜାମ କାଂସମାରୀର ଭାଗିରଥୀ ବେହେରା।

ଗତ ବର୍ଷେ ମଧ୍ୟରେ ଏସ୍‌ଟିଏଫ୍ ଦ୍ବାରା ୧୫ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା, ୧୩ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି। ଏହାସହ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଟିଏଫ୍।

Leave A Reply

Your email address will not be published.