Odisha Link
Bridging the Missing Links in Odisha

୭ମଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI

ମୁମ୍ବାଇ: ଆଜିକୁ ମିଶାଇ ୭ମଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି। ଲାଗି ରହିଥିବା ଅନିଶ୍ଚିତତା ଏବଂ ବୈଶ୍ବିକ ଆର୍ଥିକ ବଜାରରେ ଦ୍ରୁତ ପରିବତ୍ତର୍ନ ମଧ୍ୟରେ ଦେଶରେ ଚାଲିଥିବା ଅଭିବୃଦ୍ଧି ସୁଧାରରେ ସହଯୋଗ କରିବା ଲାଗି ଏହା ଆବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ୍‌ ଦର୍ଶାଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ସୁଧ ହାର ୪%ରେ ଅପରିବର୍ତ୍ତିତ ରଖିଛି। ଆର୍ଥିକ ବ୍ୟବସ୍ଥାକୁ ଅର୍ଥ ଭରଣା କରିବା ନିମନ୍ତେ ଆବଶ୍ୟକ ଥିବା ପର୍ଯ୍ୟନ୍ତ ଏହା ଜାରି ରହିବ।ରିଜର୍ଭ ବ୍ୟାଙ୍କ୍‌ର ‘ମିନିଟାରି ପଲିସି କମିଟି’ ମଧ୍ୟ ରିଭର୍ସ ରେପୋ ରେଟ୍‌ ୩.୩%ରେ ଅପରିବର୍ତ୍ତିତ ରଖିଛନ୍ତି।

‘ମନିଟାରି ପଲିସି କମିଟି’ର ତିନି ଦିନି ଧରି ଚାଲିଥିବା ବୈଠକ ପରେ ଆଜି ଉପରୋକ୍ତ ଘୋଷଣା କରାଯାଇଛି।ସ୍ବାସ୍ଥ୍ୟ ସଙ୍କଟ ଏବଂ କଠିନ କଣ୍ଟେନ୍‌ମେଣ୍ଟ୍‌ ପଦକ୍ଷେପକୁ ଲାଘବ କରିବା ଲାଗି ୨୦୨୦ ମାର୍ଚରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ସମୁଦାୟ ରେପୋ ରେଟ୍‌ ୧୧୫ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିଛି।

ଦାସ କହିଛନ୍ତି ଯେ, କୋଭିଡ୍‌-୧୯ର ଦ୍ବିତୀୟ ଲହରୀରେ ଭଟ୍ଟା ପଡ଼ିବା ପରେ ଆର୍ଥିକ ବ୍ୟାପାର ସ୍ବାଭାବିକ ହେଉଛି। ଅଭିବୃଦ୍ଧି ଓ ନୈରାଶ୍ୟଜନକ ଅର୍ଥନୀତି ପ୍ରତି ଗୁରୁତ୍ବାରୋପ କରିବା ହେଉଛି ଏହି ପଦକ୍ଷେପର ଉଦ୍ଦେଶ୍ୟ। ବ୍ୟୟ, ବିନିଯୋଗ, ବାହ୍ୟିକ ଚାହିଦା ସମ୍ପ୍ରତି ଠିକଣା ମାର୍ଗକୁ ଆସୁଛି। ଅର୍ଥନୀତି, କ୍ଷଣିକ ମୁଦ୍ରାସ୍ଫୀତି ଚାପରେ ଯୋଗାଣ-ଚାହିଦାର ସନ୍ତୁଳନ ରକ୍ଷା କରିବା ନିମନ୍ତେ ଅଧିକ କିଛି କରିବା ପାଇଁ ରହିଛି।

ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ‘୨୦୨୦-୨୧ରେ ୫.୭% ଥିବା ‘କଞ୍ଜୁମର୍‌ ପ୍ରାଇସ୍‌ ଇଣ୍ଡେକ୍ସ୍‌’ (ସିପିଆଇ) ୨୦୨୨ ଏପ୍ରିଲ୍‌-ଜୁନ୍‌ରେ ୫.୧%କୁ ହ୍ରାସ ପାଇବ।

Leave A Reply

Your email address will not be published.