Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ୍‌: ଗଲ୍‌ଫ୍‌ରେ ପଦକ ଆଶା ବଢ଼ାଇଲେ ଅଦିତି

ଟୋକିଓ: ଟୋକିଓର ଅଲିମ୍ପିକ୍ରେ ଭାରତୀୟ ଗଲ୍‌ଫ୍‌ କ୍ରୀଡ଼ିକା ଅଦିତି ଅଶୋକ ପଦକ ଆଶା ଉଦ୍ରେକ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ‘ଅଣ୍ଡର୍‌ ୬୭’ରେ ୩ କାର୍ଡ ହାସଲ୍‌ କରି ଭାରତ ପାଇଁ ପ୍ରଥମ ଗଲ୍‌ଫ୍‌ ପଦକ ଆଶା ଉଦ୍ରେକ କରିଛନ୍ତି।

ତୃତୀୟ ରାଉଣ୍ଡ୍‌ ପରେ ‘ଅଣ୍ଡର୍‌ ୨୦୧’ରେ ଅଦିତିଙ୍କ ସ୍ଥାନ ଥିଲା ୧୨ଶରେ। ସମ୍ପ୍ରତି ଅଦିତି ଦ୍ବିତୀୟ ସ୍ଥାନରେ ଥିବା ଏକ ମାତ୍ର ଗଲ୍‌ଫ୍‌ ଖେଳାଳି। ଏହି ସିରିଜ୍‌ରେ ଆଉ ଗୋଟିଏ ରାଉଣ୍ଡ୍‌ ବାକି ଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନେଲି କୋର୍ଡା ‘ଅଣ୍ଡର୍‌-୬୯’ରେ ୨ କାର୍ଡ ହାସଲ୍‌ କରିଛନ୍ତି।

ନିଉଜିଲାଣ୍ଡ୍‌ର ଲିଡିଆ କୋ (୬୬), ଅଷ୍ଟ୍ରେଲିଆର ହାନାହ୍‌ ଗ୍ରିନ୍‌ (୬୭), ଡେନ୍‌ମାର୍କର କ୍ରିଷ୍ଟାଇନ୍‌ ପିଡେର୍‌ସନ୍‌ (୭୦) ଏବଂ ଜାପାନର ମୋନେ ଇନାମି (୬୮) ଅଣ୍ଡର୍‌ ୨୦୩ରେ ସମୁଦାୟ ୧୦ କାର୍ଡ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି। ଆଜି ଦିନରେ ଅଦିତି ୫ଟି ‘ବାର୍ଡିଜ୍‌’ ଏବଂ ୨ଟି ‘ବଗିଜ୍‌’ ସଟ୍‌ ମାରିଥିଲେ। ନବମ ଏବଂ ଏକାଦଶରେ ବଗିଜ୍‌ ସବୁ ତାଙ୍କୁ ବିଫଳ କରିବା ପୂର୍ବରୁ ଚତୁର୍ଥ, ଷଷ୍ଠ ଏବଂ ସପ୍ତମ ଗର୍ତ୍ତରେ ସେ ସଟ୍‌ ମାରି ‘ଅଣ୍ଡର୍‌-ଥ୍ରି’ରେ ରହିଥିଲେ।

Leave A Reply

Your email address will not be published.