Odisha Link
Bridging the Missing Links in Odisha

ମହିଳା ହକି ଟିମ୍‌ର ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ପରାଜୟ ନେଇ କାନ୍ଦିଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର:  ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ମହିଳା ହକି ଦଳ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଛି। ଦଳ ଭଲ ଖେଳିଥିଲେ ବି ୪-୩ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ୍ ଠାରୁ ପରାସ୍ତ ହୋଇଛି। ହାରିଯିବା ପରେ ଭାରତୀୟ ଦଳର ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ବ୍ରିଟେନ୍ ଠାରୁ ପରାସ୍ତ ପରେ ଦିଲ୍ଲୀପଙ୍କ ପ୍ରତିକ୍ରିୟାକୁ ଚାହିଁ ବସିଥିଲେ। ହେଲେ କିଛି କହିବା ଆଗରୁ ଦିଲ୍ଲୀପଙ୍କ ଆଖିରେ ଥିଲା ଲୁହ। କାନ୍ଦି କାନ୍ଦି ଲଢୁଆ ଖେଳାଳିଙ୍କ ପ୍ରଦର୍ଶନକୁ ସେ ସାବାସି ଦେଇଥିଲେ।

କୋହଭରା କଣ୍ଠରେ ଦିଲ୍ଲୀପ ରଖିଥିଲେ ନିଜ ପ୍ରତିକ୍ରିୟା। ଏଭଳି ବୋଧେ କମ୍ ସମୟ ଆସେ ଯେତେବେଳେ ଜଣେ ଅବସରପ୍ରାପ୍ତ ଖେଳାଳି ନିଜ ଖେଳାଳିଙ୍କ ପାଇଁ କାନ୍ଦି ପକାଏ। ଦିଲ୍ଲୀପ କହିଛନ୍ତି, ଆଜି ମ୍ୟାଚ୍‌କୁ ଜିତିବା ପାଇଁ ମହିଳା ଟିମ୍‌ ପାଖରେ ସୁଯୋଗ ଥିଲା। ଗୋଲ୍ କରିବାର କିଛି ସୁଯୋଗକୁ ଟିମ୍ ହାତ ଛଡ଼ା କରିଥିଲା। ଦଳ ମ୍ୟାଚ୍‌ରେ ଦୁଇଟି ଓପନ୍ ଫିଲ୍ଡ ଗୋଲ୍ ମିସ୍ କରିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶେଷ ଦୁଇଟି କ୍ୱାର୍ଟରରେ ଦଳ ଗ୍ରୀନ୍ ଓ ୟୋଲ୍ କାର୍ଡକୁ ସହଜରେ ହରେଇ ଦେଲା। ଆମର ତିନି ଜଣ ଖେଳାଳି ୧୦ ମିନିଟ୍ ବାହାରେ ବସିଲେ। ଦଳ ୧୦ ଜଣ ଖେଳାଳିରେ ଖେଳିଲା। ଏଭଳି ମ୍ୟାଚ୍‌ରେ ୧୦ ଜଣରେ ଖେଳିବା ବଡ଼ କଷ୍ଟ। ଏହା ଆମକୁ ମହଙ୍ଗା ପଡ଼ିଛି। ମୁଁ ଭାବୁଛି ଗ୍ରେଟ୍ ବ୍ରିଟେନ୍‌ ଏହାର ଫାଇଦା ଉଠାଇଲା।

Leave A Reply

Your email address will not be published.