Odisha Link
Bridging the Missing Links in Odisha

ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡିବ ବିମାନ

ଜୟପୁର: ଖୁବଶୀଘ୍ର ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡିବ ବିମାନ। ଉଡାନ ଯୋଜନାରେ ଦୁଇଟି ସ୍ଥାନରୁ ବିମାନ ଉଡିବା ନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇଟି ଏୟାରଷ୍ଟ୍ରିପ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇ ସାରିଲାଣ । ତେଣୁ ଖୁବଶୀଘ୍ର ବିମାନ ଚଳାଚଳକୁ ଅନୁମତି ମିଳିବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

ସେହିଭଳି ଆଉ କୌଣସି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ସମସ୍ୟା ରହିବନି। ସେପ୍ଟେମ୍ବର ମାସରେ ଜମି ଅଧିଗ୍ରହଣର ଷ୍ଟାଟସ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ ରାଜ୍ୟ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ। ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମସ୍ୟା ନେଇ ହୋଇଥିଲା ଆଲୋଚନା।

ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ରହିଛି ତାକୁ ସମାଧାନ କରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ। ଯେଉଁଠି ଆର୍ଥିକ ସମସ୍ୟା ଦେଖାଯାଉଛି ତାକୁ ମଧ୍ୟ ତ୍ୱରାନ୍ୱିତ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଅଧା ଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

Leave A Reply

Your email address will not be published.