Odisha Link
Bridging the Missing Links in Odisha

ପୁଣି ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଅଶ୍ଳିଳ ଭିଡିଓ ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ରାଜଙ୍କୁ ଆହୁରି କିଛି ଦିନ ଜେଲରେ ରହିବାକୁ ପଡ଼ିବ। ବମ୍ବେ ହାଇକୋର୍ଟ ଆଜି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ପୂର୍ବରୁ ରାଜ କୁନ୍ଦ୍ରା ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ବି ତାହା ଖାରଜ ହୋଇଯାଇଥିଲା। ଏହା ସହିତ ତାଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସକୁ ମାଜିଷ୍ଟ୍ରେଟ୍ ଅନୁମତି ଦେଇଥିଲେ। ଏହି ରାୟ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ କହିଛନ୍ତି ଯେ ମାଜିଷ୍ଟ୍ରେଟଙ୍କ ରାୟରେ କୌଣସି ଭୁଲ ନାହିଁ। ଅଶ୍ଳିଳ ଭିଡିଓ ସୁଟିଂ ମାମଲାରେ ଜୁଲାଇ ୧୯ରେ ମୁମ୍ବାଇ ପୁଲିସ ରାଜଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.