Odisha Link
Bridging the Missing Links in Odisha

ସ୍ମାର୍ଟ ହେଉଛି ସରକାରୀ ସ୍କୁଲ ଭିତ୍ତିଭୂମି

ଗଞ୍ଜାମ: ସ୍ମାର୍ଟ ହେଉଛି ସରକାରୀ ସ୍କୁଲ। ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଡିଜିଟାଲ କ୍ଲାସ ରୁମ୍, ଡିଜିଟାଲ ଇ-ଲାଇବ୍ରେରୀ, ଆକର୍ଷଣୀୟ ଖେଳ, ୬୦ ଇଂଚର ଏଲଇଡି ଟିଭି ରହିବ। ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାରୀ ଶିକ୍ଷାନୁଷ୍ଠାନକୁ ଆଧୁନିକରଣ କରାଯିବ। ଏଥିପାଇଁ ପ୍ରତି ସ୍କୁଲ ପିଛା ପାଖାପାଖି ୪୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବ।

ପାଇଲଟ ପ୍ରକଳ୍ପ ଭାବେ ଗଞ୍ଜାମ ଜିଲ୍ଲାରୁ କାମ ଆରମ୍ଭ ହୋଇଛି। ହିଂଜିଳିକାଟୁ ଓ ଶେରଗଡ଼ ବ୍ଲକରେ ପ୍ରଥମେ ୫୩ଟି ସ୍କୁଲରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଜିଲ୍ଲାପାଳ ବିଭିନ୍ନ ସ୍କୁଲ ବୁଲି ଭିତିଭୂମିର ଅନୁଧ୍ୟାନ କରିଛନ୍ତି। ଆସନ୍ତା ମାସ ପହିଲା ସୁଦ୍ଧା ସବୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ୧୩୩ଟି ସ୍କୁଲକୁ ଆଧୁନିକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.