Odisha Link
Bridging the Missing Links in Odisha

ପୁନଃନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା। ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ଧାରଣା କରିଥିଲେ। ତେବେ ଧାରଣାସ୍ଥଳରେ ଜଣେ ମହିଳା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଅନ୍ୟ ଜଣେ ଶିକ୍ଷକ ନିଜ ଶରୀରରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ପୋଲିସ ତାଙ୍କୁ ଉଦ୍ଧାର କରୁଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଓ ଶିକ୍ଷକଙ୍କୁ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ଏଥିରେ ପୋଲିସ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଗତ ଦୁଇ ବର୍ଷ ହେଲା ବିନା କାରଣରେ ସରକାର କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରିଥିଲେ। କିନ୍ତୁ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ନ ଦେବାରୁ ବାଧ୍ୟ ହୋଇ ଓସେପା କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ରାଜ୍ୟର ୪ହଜାର କମ୍ପ୍ୟୁଟର ଶିକ୍ଷକ।

Leave A Reply

Your email address will not be published.