Odisha Link
Bridging the Missing Links in Odisha

ନିୟନ୍ତ୍ରଣ ହରାଇ ଚଢ଼ିଗଲା ଟ୍ରକ୍‌, ୮ ମୃତ

ଅମ୍ରୋଲି: ନିୟନ୍ତ୍ରଣ ହରାଇ ଚଢ଼ିଗଲା ଟ୍ରକ୍‌। ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ୮ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗୁଜୁରାଟ ଅମ୍ରୋଲି ଜିଲ୍ଲାର ଏକ ଗାଁରେ।

ସୂଚନା ମୁତାବକ, ଆମ୍ରୋଲିର ସାବାର୍କଣ୍ଡଲାର ବାଦ୍ଦା ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ଦୁଇ ଜଣ ବୟସ୍କ ଏବଂ ୧୩ ବର୍ଷୀୟ ଦୁଇ ଶିଶୁ ଥିବା କୁହାଯାଉଛି। ଏଥିସହ ଅନ୍ୟ ଦୁଇ ଜଣ ଶିଶୁ ଗୁରୁତର ରୂପେ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.