Odisha Link
Bridging the Missing Links in Odisha

ମୋବାଇଲ ଆପ୍‌ରେ ହେବ ୨୦୨୧ ଜନଗଣନା

ନୂଆଦିଲ୍ଲୀ: ମୋବାଇଲ ଆପ୍ ମାଧ୍ୟମରେ ହେବ ୨୦୨୧ ଜନଗଣନା। ୨୦୨୧ ଜନଗଣନା ମୋବାଇଲ ଫୋନ୍ ଆପ୍ ମାଧ୍ୟମରେ କରାଯିବ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୧ ସେନସସରେ ଏହି ଆପ୍ ମାଧ୍ୟମରେ ଜନଗଣନାକାରୀ ଭାବେ ନିୟୋଜିତ ଶିକ୍ଷକମାନଙ୍କ ଦ୍ୱାରା ତଥ୍ୟ ସଂଗ୍ରହ କରାଯିବ। ଏଥିପାଇଁ ଗୃହମନ୍ତ୍ରଣାଳୟ ଏକ ସେନସସ ପୋର୍ଟାଲ ମଧ୍ୟ ବିକଶିତ କରିଛି।

କରୋନାର ସ୍ଥତିକୁ ଦୃଷ୍ଟିରେ ରଖି ୨୦୨୧ ଜନଗଣନାକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଘୋଷଣା କରାଯାଇଛି। ଦେଶରେ ପ୍ରଥମ ଥର ପାଇଁ ଏପରି ଜନଗଣନା କରାଯିବ।

ମୋବାଇଲ ଆପ୍ ମାଧ୍ୟମରେ ଜନଗଣନା କରାଗଲେ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କାର୍ଯ୍ୟ ପୂର୍ବାପେକ୍ଷା ଶିଘ୍ର ହୋଇପାରିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ବିକଶିତ ଏହି ପୋର୍ଟାଲରେ ଲଗଇନ୍ ପାଇଁ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଓ ଅନ୍ୟ ତଥ୍ୟର ଆବଶ୍ୟକ ପଡିବ। ଏଥିରେ ପାଖାପାଖି ୩୦ ଲକ୍ଷ ଜନଗଣନାକାରୀଙ୍କୁ ନିୟୋଜିତ କରାଯିବ। ଏଥିପାଇଁ ୩,୩୭୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.