Odisha Link
Bridging the Missing Links in Odisha

ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିତ ଦାସଙ୍କୁ ଡିଏସପି ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଅମିତ୍ ରୋହିତ ଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହିତ ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ।


 

 

ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ୨.୫ କୋଟି ପୁରସ୍କାର ପ୍ରଦାନ କରିଛନ୍ତି। ଏହାସହ ରାଜ୍ୟ ପୁଲିସ ବିଭାଗରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଉପ ଅଧିକ୍ଷକ) ଭାବରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ଖେଳାଳୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ନବୀନ ପଟ୍ଟନାୟକ।

ଟୋକିଓ ଅଲିମ୍ପିକ୍ସିରେ ଭାରତୀୟ ମହିଳା ହକି ଦଳର ଦୀପ ଗ୍ରେସ୍‌ ଏକ୍କା ଏବଂ ନମିତା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ସେମି ଫାଇନାଲରେ ପ୍ରବେଶ କରିବା ଏବଂ ଭାରତୀୟ ହକିରେ ଇତିହାସ ସୃଷ୍ଟି କରିବାରେ ମହିଳା ଦଳର ସଂଗ୍ରାମକୁ ସେ ପ୍ରଂଶସା କରିଛନ୍ତି। ସେମାନଙ୍କ ପ୍ରଦର୍ଶନକୁ ପ୍ରଂଶସା କରିବା ସହ ସେମାନଙ୍କର କଠିନ ପରିଶ୍ରମ ଜାରି ରଖିବାକୁ ଏବଂ ଦେଶକୁ ଅଧିକ ପୁରସ୍କାର ଆଣିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି।

 

Leave A Reply

Your email address will not be published.