Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେଲା ଏସଓପି

ପୁରୀ: ଆସନ୍ତାକାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେଲା ଏସଓପି। କାଲିଠାରୁ ଦୁଇଦିନ ପର୍ଯ୍ୟନ୍ତ ସେବାୟତ ପରିବାରମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜଗା ଦର୍ଶନ କରିବେ।

ଆସନ୍ତା ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ସେହିପରି ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ। ତେବେ ମନ୍ଦିର ଖୋଲିବା ନେଇ ଏସଓପି ଜାରି କରାଯାଇଥିବା ଜଣାପଡ଼ିଛି। କୋଭିଡ ନିୟମ ମାନି ଦର୍ଶନ କରିବେ ଭକ୍ତ।