Odisha Link
Bridging the Missing Links in Odisha

ଖୋଲିଲା ଶ୍ରୀମନ୍ଦିର: ଜଗା ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର

ପୁରୀ: ଆଜିଠୁ ଖୋଲିଲା ଶ୍ରୀମନ୍ଦିର। ସକାଳୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ସେବକ ପରିବାରକୁ ଦର୍ଶନ କରିବାକୁ ଅନୁମତି ଦିଆଯାଇଛି। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଦର୍ଶନ କରିବେ। ଏଥିପାଇଁ ନିଜର ଭୋଟର କାର୍ଡ, ଆଧାର କାର୍ଡ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯେକୌଣସି ପରିଚୟ ପତ୍ର ଦେଖାଇ ସେବକ ପରିବାରଶ୍ରୀମନ୍ଦିରକୁ ଯାଇପାରିବେ।

ସେହିପରି ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଓ୍ୱାର୍ଡଓ୍ୱାରୀ ଦର୍ଶନ କରିବେ। ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଦିଆଯିବ ସ୍ୱତନ୍ତ୍ର ଚିରକୁଟି। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ସଦସ୍ୟ ଯାଇ ଦର୍ଶନ କରିବେ। ସେହିପରି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ ୯୬ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ନଚେତ୍ ଡବଲ୍ ଡୋଜ୍ କରୋନା ଟୀକା ରିପୋର୍ଟ ଦେଖାଇ ପାରିବେ।

ମନ୍ଦିରକୁ ପ୍ରବେଶ ଓ ଦର୍ଶନବେଳେ ମାସ୍କ ପରିଧାନ, ସାମାଜିକ ଦୂରତା ଆଦିକୁ କଡ଼ାକଡ଼ି ପାଳନ କରିବାକୁ ଏସ୍ଓପିରେ ଦର୍ଶାଯାଇଛି। ଶ୍ରୀମନ୍ଦିର ଭିତରକୁ କୌଣସି ଶ୍ରଦ୍ଧାଳୁ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ। କୌଣସି ପାର୍ଶ୍ୱ ଦେବାଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ଶ୍ରଦ୍ଧାଳୁ। ସେହିପରି ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଭୋଜନକୁ ବାରଣ କରାଯାଇଛି। ଛେପ ପକାଇଲେ ୫୦୦ ଏବଂ ପଲିଥିନ ନେଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ବି ପଡିବ।

Leave A Reply

Your email address will not be published.