Odisha Link
Bridging the Missing Links in Odisha

ରାଷ୍ଟ୍ରପତି ପୁରସ୍କାର ପାଇଲେ ସ୍ବାଧୀନତା ସଂଗ୍ରାମୀ ଶାରଦା ପ୍ରସାଦ ରାୟ

ଭଦ୍ରକ: ଭଦ୍ରକ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ଶାରଦା ପ୍ରସାଦ ରାୟଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର। କ୍ରାନ୍ତି ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମରେ ପହଞ୍ଚି ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

୧୯୨୬ ମସିହାରେ ବାପା ଦ୍ୱାରିକାନାଥ ରାୟ ଓ ମାଆ ପବିତ୍ରା ରାୟଙ୍କ କୋଳରୁ ଜନ୍ମଗହଣ କରିଥିଲେ ଶାରଦା ପ୍ରସାଦ ରାୟ। ମାତ୍ର ୧୫ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇଥିଲେ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଧିନତା ସଂଗ୍ରାମକୁ ତୀବ୍ର କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।

ଇଂରେଜ ସରକାରଙ୍କ ଦ୍ୱାରା ବନ୍ଦୀ ହେବା ପରେ ଶ୍ରୀ ରାୟଙ୍କୁ ବିହାର ଠାରେ ଥିବା ଏକ ଜେଲରେ ରଖା ଯାଇଥିଲା। ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଇରମ ମେଳଣ ପଡିଆରେ ହୋଇଥିବା ଗୁଳିକାଣ୍ଡର ସେ ଥିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ। ଅଗଷ୍ଟ କ୍ରାନ୍ତି ଦିବସରେ ଶ୍ରୀ ରାୟଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.