Odisha Link
Bridging the Missing Links in Odisha

ବିରାଟ ଖସିଲେ, ବୁମରାହ ଉଠିଲେ

ନୂଆଦିଲ୍ଲୀ: ଗୁରୁବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଆଜି ଆଇସିସି ଜାରି କରିଛି ସଦ୍ୟତମ ଟେଷ୍ଟ ମାନ୍ୟତା। ଇଂଲଣ୍ଡ ଟିମର ଅଧିନାୟକ ଜୋ ରୁଟ୍ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ତାଙ୍କୁ ୪୯ ରେଟିଂ ପଏଣ୍ଟ ମିଳିଛି। ରୁଟ୍ ନର୍ଟିଂହାମ ଟେଷ୍ଟରେ ୬୪ ଓ ୧୦୯ ରନର ଇନିଂସ ଖେଳିଥିଲେ।

ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ ୯୦୧ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ ଷ୍ଟିଭ୍ ସ୍ମିଥ୍ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଷ୍ଟିଭ୍ ସ୍ମିଥ୍‌ଙ୍କ ଆଇସିସି ଟେଷ୍ଟ ରାଙ୍କିଂରେ ୮୯୧ ପଏଣ୍ଟ ରହିଛି। ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ୮୭୮ ପଏଣ୍ଟ ସହ ତୃତୀୟରେ ରହିଛନ୍ତି। କୋହଲି ପଞ୍ଚମରେ ରହିଥିବା ବେଳେ ରୋହିତ ଶର୍ମା ଷଷ୍ଠ ଓ ଋଷଭ ପନ୍ତ ସପ୍ତମରେ ରହିଛନ୍ତି।

ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ନର୍ଟିଂହାମ ଟେଷ୍ଟରେ ଘାତକ ବୋଲିଂ ଫାଇଦା ମିଳିଛି। ଦଶମ ସ୍ଥାନ ଉପରକୁ ଉଠି ସେ ପୁନର୍ବାର ଟପ୍-୧୦ରେ ପ୍ରବେଶ କରିଛନ୍ତି। ବୁମରା ଆଇସିସି ଟେଷ୍ଟ ଦ୍ଵାରା ଜାରି ବୋଲିଂ ମାନ୍ୟତାର ନବମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲିଂରେ ପାଟ୍ କମିନ୍ସ ୯୦୮ ରେଟିଂ ସହ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଭାରତର ରବି ଚନ୍ଦ୍ରନ ଅଶ୍ଵିନ ୮୫୬ ରେଟିଂ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଟିମ୍ ସାଉଦି ୮୨୪ ରେଟିଂ ପଏଣ୍ଟ ସହ ତୃତୀୟରେ, ଜୋସ୍ ହେଜଲେଉଡ ଚତୁର୍ଥରେ, ନିଲ୍ ଓ୍ଵାଗନର ପଞ୍ଚମରେ ଓ କାଗିସୋ ରାବଡା ଷଷ୍ଠରେ ରହିଛନ୍ତି। ଅଷ୍ଟମରେ ଅଛନ୍ତି ଷ୍ଟୁଆର୍ଟ ବ୍ରଡ ଓ ଦଶମରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ରହିଛନ୍ତି।

Leave A Reply

Your email address will not be published.