Odisha Link
Bridging the Missing Links in Odisha

କାବୁଲ ଏୟାରପୋର୍ଟ ଓ ଆମେରିକା ଦୂତାବାସ ଉପରେ ଗୁଳିମାଡ଼

କାବୁଲ: ଆଫଗାନିସ୍ତାନକୁ ଆକ୍ତିଆରକୁ କରିବା ପରେ ଏବେ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛି ତାଲିବାନ। କାବୁଲ ଏୟାରପୋର୍ଟ ଓ ଆମେରିକା ଦୂତାବାସ ଉପରେ ବଡ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କେହି ମୃତ୍ୟୁବରଣ କରିଥିବା ନେଇ କୌଣସି ସୂଚନା ମିଳିପାରି ନାହିଁ। ଫଳରେ ସେଠାରେ ଥିବା ଆମେରିକାବାସୀଙ୍କୁ ନିଜ ନିଜ ଘରୁ ନବାହାରିବାକୁ ସତର୍କ କରାଇଛି ଆମେରିକା ସରକାର।

ଏହାସହ କାବୁଲ ଏୟାରପୋର୍ଟରେ ଲଗାତାର ଗୁଳିମାଡ ଫଳରେ ନିଆଁ ଲାଗିଛି। ଏୟାରପୋର୍ଟକୁ ଚାରିପଟୁ ସିଲ କରାଯାଇଛି। ତାଲିବାନଙ୍କ କବଜା ପରେ କାବୁଲ ଏୟାରପୋର୍ଟରେ ଗୁଳି ବିନିମୟ ପରେ ଏୟାରପୋର୍ଟର ସବୁ ସ୍ଥାନରେ ଲୋକାମନେ ଏଣେତେଣେ ହୋଇ ଦୌଡୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ ଅଧିକାରକୁ ନେବା ପରେ ବିଶେଷ କରି ମହିଳାମାନଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ଦେଶର ନାଗରିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।